ମାଲକାନଗିରି ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ |

ମାଥିଲି, ମାଲକାନଗିରି21/12/2023; ରାଜ୍ୟପାଳ ରଘୁବର ଦାସ ଆଜି ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହାକୁମା ଠାରେ ଥିବା ମିନି ଷ୍ଟାଡିଅମଠାରେ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ |ଅବତରଣ କରିବା ପରେ ଜିଲ୍ଲା ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ଏହା ପରେ ମିନି ଷ୍ଟାଡିଅମରୁ ସଡ଼କ ପଥର ରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଳୟ ର ବ୍ୟବସ୍ଥା ଓ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦୀର୍ଘ ସମୟ ଧରି ପଚାରି ବୁଝିବାଥିଲେ । ଏହା ପରେ ସଡକ ପଥରେ ମାଥିଲି ବ୍ଲକ ପାଙ୍ଗାମ ପଞ୍ଚାୟତ ବଡା ଗୁଡ଼ା ଗ୍ରାମରେ ପହଞ୍ଚି ଏକ ସାଧାରଣ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ମାଥିଲି ବ୍ଲକ ର ସମସ୍ତ ପଞ୍ଚାୟତ ର ଚାଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଏବଂ ଜନ ସାଧାରଣ ନିଜ ନିଜର ଦାବି ଉପସ୍ଥାନ କରିବା ପାଇଁ ଯୋଗ ଦେଇଥିଲେ |ଏବଂ ରାଜ୍ୟପାଳ ଙ୍କୁ ନିଜ ନିଜର ଦାବି ଜଣେଇ ଥିଲେ | ସମସ୍ତ ଦାବି ବହୁ ଶୀଘ୍ର ପୂରଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ ରାଜ୍ୟପାଳ | ବିଶେଷ ଭାବରେ ପାଙ୍ଗାମ ପଞ୍ଚାୟତ ସରପଞ୍ଚ ଇନ୍ଦ୍ର ନାୟକ ନିଜ ପଞ୍ଚାୟତ ରେ ପ୍ରାକ ଶିକ୍ଷା ପାଇଁ ଅନେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ଜଣାଇ ଥିଲେ |ଏହି ଦାବି ମଧ୍ୟରେ ଏକ ସଭାରେ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଚାଷୀ ମାନଙ୍କ ସହ ଆଲୋଚନା କରିବା ସହିତ ପାଙ୍ଗାମ ସରପଞ୍ଚ ଇନ୍ଦ୍ର ନାୟକ ଓ ଚାଉଳ ମେନ୍ଦୀ ସରପଞ୍ଚ ଜଳନ୍ଧର ମାଝୀ ଏବଂ ଉପସ୍ଥିତ ସ୍ଵୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସମସ୍ୟା ଉପରେ ପଚାରି ବୁଝିଥିଲେ |

Leave a Reply

Your email address will not be published. Required fields are marked *