ମାଲକାନଗିରି ପରିବହନ ବିଭାଗ ଦ୍ଵାରା ପାସେଞ୍ଜର ବସ ଚେକ।

ମାଲକାନଗିରି ଜିଲ୍ଲା ମାଲକାନଗିରି ପରିବହନ ବିଭାଗ ଦ୍ଵାରା ଗ୍ରୀଷ୍ମ ପ୍ରବାହ ସମୟ ରେ ପାସେଞ୍ଜର ବସ ଚେକ। ପାସେଞ୍ଜର ବସ ଚେକ ର କାରଣ ହେଉଛି ଯେ ଗରମ ସମୟ ରେ ବସ ଭିତରେ ପାଣି ତଥା ଓ.ଆର.ଏସ ପେକେଟ ରଖିବା କଥା ହେଲେ ଏହା ରଖା ଯାଉଛି କି ନାହିଁ ତାହା ଜାଣିବା ପାଇଁ ମାଲକାନଗିରି (ଆର.ଟି.ଓ) ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହା ସହିତ ବସ ର ରେଟ ଚାଟ ମଧ୍ୟ ତଦାରଖ କରିବା ସହ ଯାତାୟତ କରୁଥିବା ଯାତ୍ରୀ ମାନେ ଟିକେଟ ପାଇଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ମାଲକାନଗିରି ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ବଢିବା ସହ ଗରମ ଅନୁଭୂତ ହେଉଛି ଯାହା ଫଳରେ ବସ ଚଳାଚଳ ସମୟ ରେ ମଧ୍ୟ ପରିବହନ ବିଭାଗ ସୁଧାର ଆଣିଛି ଓ ଯାତ୍ରୀ ଙ୍କ ପାଇଁ ବସ ରେ ପାଣି ଓ ଓ.ଆର.ଏସ ମଧ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ହେଲେ ମାଲକାନଗିରି ଜିଲ୍ଲା ରେ ଏହା ଠିକଠାକ ଭାବରେ ପାଳନ ହେଉଛି କି ନାହିଁ ତାହା ଜାଣିବା ପାଇଁ ମାଲକାନଗିରି ପରିବହନ ବିଭାଗ ଦ୍ଵାରା ପାସେଞ୍ଜର ବସ ଗୁଡିକ ଚେକ କରାଯାଇଥିଲା। ବେଳେ ବେଳେ ଦେଖାଯାଏ ଯେ ଯାତ୍ରୀ ମାନଙ୍କ ଠାରୁ ବସ ମାଲିକ ମାନେ ଅଧିକ ଭଡ଼ା ଆଦାୟ କରନ୍ତି ହେଲେ ଏହା ନେଇ ବସ କଣ୍ଟକଟାର ଓ ସାଧାରଣ ଲୋକଙ୍କ ମଧ୍ୟରେ ତୁମୁଳ କାଣ୍ଡ ଘଟିଥାଏ ।ଏହା ନେଇ (ଆର.ଟି.ଓ) ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବସରେ ରେଟଚାଟ ଲଗାଯାଇଛି କି ନାହିଁ ତାହା ତଦାରଖ କରାଯାଇଥିଲା । ଏହି ଚେକ ସମୟ ରେ ମାଲକାନଗିରି (ଆର.ଟି.ଓ) ର ସବ ଇନ୍ସପେକ୍ଟର ଝସକେତନ ଭରସଗରିୟା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *