ମାସେ ନ ପୁରୁଣୁ ଭାଙ୍ଗିଲା ଗାର୍ଡୱାଲ

ଫୋକସ ପ୍ଲସ(ଶେରଗଡ଼)୧୦/୦୮/୨୦୨୨: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିର ଗନ୍ଧ l କଥାରେ ଅଛି ଦୀପତଳ ଅନ୍ଧାର, ଏପରି ଏକ ଘଟଣା ଘଟଛି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୂରୁବୁରାଇ ପଂଚାୟତ ର ଖସ୍ପା ଗ୍ରାମର ସ୍ଵପ୍ନେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଏମଜିଏନଆରଜିଏସ ରେ ନିର୍ମିତ ହୋଇଥିବା କଂକ୍ରିଟ ଗାର୍ଡୱାଲ ମାସେ ନ ପୁରୁଣୁ ବର୍ଷା ରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି l ନିମ୍ନମାନର କାମ ଯୋଗୁଁ ଏହା ଭାଙ୍ଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ମନରେଗା ଯୋଜନା ରେ ପ୍ରାୟ ଦଶ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା l କାମ ତଦାରଖ ପାଇଁ ପଂଚାୟତ ସ୍ତରରେ ଜଣେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିଯୁକ୍ତି ଥିବା ବେଳେ କାମ କେମିତି ନିମ୍ନମାନର ହେଲା ଏହାକୁ ନେଇ ଜନସାଧାରଣ ରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏହା ପଛରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିବା ସହ ଉକ୍ତ କାମରେ ଲିପ୍ତ ଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତ ଲ |

ଶେରଗଡ଼ ରୁ ରାଜୀବ କୁମାର ପ୍ରଧାନଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *