ମା ଓ ପୁଅ ନିଖୋଜ

ଫୋକସ ପ୍ଲସ(ଖୋର୍ଦ୍ଧା) ୧୩/୦୯/୨୦୨୨: ଖୋର୍ଦ୍ଧା ଜିଲ୍ଲା ନାଚୁଣି ଅଞ୍ଚଳରେ ବିଭାହିତା ଝିଅ ଓ ସାନ ନାତିକୁ ପାଇବା ପାଇଁ ନାଚୁଣି ଫାଣ୍ଡିକୁ ଦ୍ୱାରସ୍ତ ହେଲେ ଝିଅର ମା ଜାନକୀ ଦାସ । ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ଅନ୍ତର୍ଗତ ଗୋଡ଼ା ଝରି ଗ୍ରାମର ଜାନକୀ ଦାସଙ୍କ ତିନୋଟି ଝିଅ,ସାନ ଝିଅ ରୁନିତା ଦାସଙ୍କୁ ୧୦ ବର୍ଷ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ସଙ୍କର ଦାସଙ୍କୁ ବିଭାହ ଦେଇଥିଲେ ଏବଂ ରୁନିତା ଦାସଙ୍କ ଦୁଇଟି ପୁଅ , ବଡ଼ ପୁଅ ୯ ବର୍ଷ, ସାନ ପୁଅ ୫ବର୍ଷ ହେବ । କିନ୍ତୁ ଭାଗ୍ୟ ବଶତଃ, ସ୍ୱାମୀ ସଙ୍କର ଦାସଙ୍କ ଶହ ରୁନିତା ଦାସଙ୍କ କିଛି ପାରିବାରିକ କଳହ ଲାଗି ରହିଥିବାରୁ ଶଶୁର ଘର ଛାଡ଼ି ୮ ମାସ ହେବ ବାପ ଘରେ ରହି ଆସୁଥିଲେ ସାନପୁଅ ନେଇ । କିନ୍ତୁ ଏମିତି କଣ୍ ହେଲାଯେ ବଡ଼ ପୁଅକୁ ବାପାଙ୍କ ପାଖରେ ଛାଡ଼ି ସାନ ପୁଅକୁ ନେଇ ମା ରୁନିତା ଦାସ ରହିବା କଣ୍ ଆବଶ୍ୟକ ଥିଲା । ନାଚୁଣି ଗୋଡ଼ା ଝରି ଗ୍ରାମରେ ୮ ମାସ ରହିବା ପରେ ବାପ ଘରୁ ରୁନିତା ଦାସ ସାନ ପୁଅକୁ ନେଇ କୁଆଡ଼େ ନିଖୋଜ ଅଛନ୍ତି ବୋଲି ନାଚୁଣି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏକ ଫୋଟୋ ହାତରେ ଧରି ଜାନକୀ ଦାସ ଝିଅ ନାତିଙ୍କୁ ଖୋଜିବା ପାଇଁ ଏଠି ସେଠି ଘୁରି ବୁଲୁଛନ୍ତି । ରୁନିତା ଦାସ ଙ୍କ ସ୍ୱାମୀ ସଙ୍କର ଦାସ ଏହି ଖବର ଶୁଣି ନାଚୁଣି ପଞ୍ଚାୟତ ଗୋଡ଼ାଝରି ଗ୍ରାମରେ ପହଞ୍ଚି ଶଶୁରଙ୍କ ଘରେ ହୋ ହାଲା କରିବା ଶହ ମୋ ସ୍ତ୍ରୀ ଛୁଆଙ୍କୁ ଦିଅ ବୋଲି ବାଧ୍ୟ କରିଛନ୍ତି । କିନ୍ତୁ ଏବେ ପାଞ୍ଚ ବର୍ଷର ପୁଅକୁ ନେଇ ମା ରୁନିତା ଦାସ ଗଲେ କୁଆଡ଼େ, ଏବଂ କାହିଁକି ଗଲେ କଣ୍ ଥିଲା ତାଙ୍କର ଅସୁବିଧା, ସେ ଅସୁବିଧା କଣ୍ ଥିଲା, ଯଦି କିଛି ଅସୁବିଧା ଥିଲା ସ୍ବାମୀ ଆଜି ପର୍ଯ୍ୟନ୍ତ ଆଠ ମାସ ଭିତରେ କାହିଁକି ଆସି ନିଜ ସ୍ତ୍ରୀକୁ ନେଇନଥିଲେ । ସ୍ତ୍ରୀ ଛୁଆ ନିଖୋଜ ହେବା ପରେ ସ୍ବାମୀ ସଙ୍କର ଦାସଙ୍କ ମୁଣ୍ଡ ଟିଣ ହେଲା କାହିଁକି ଏବଂ ଶଶୁର ଘରେ ବୃଦ୍ଧ ବୃଦ୍ଧାଙ୍କ ପାଖରେ ହୋ ହାଲା କରିବା କଣ୍ ଦରକାର, ଯଦି ସ୍ତ୍ରୀ ପ୍ରତି ଏତେ ଦୟା ଆଗରୁ ନେଇ ନଥିଲେ କାହିଁକି ,ଏବେ ସଙ୍କର ଦାସ ଜୋର ଜବରଦସ୍ତ ମାଗୁଛନ୍ତି ସ୍ତ୍ରୀ ଛୁଆକୁ, ଏହି ଘଟଣାକୁନେଇ ନାଚୁଣି ପୋଲିସ ତଦନ୍ତ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *