ମା କଳାପାଟଙ୍କ ପୀଠରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନୟାଗଡ: ଜିଲ୍ଲା ଗଣିଆ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ ଗଣିଆ ଥାନା ମଣିଭଦ୍ରା ପାଦଦେଶ ମା’ କଳାପାଟଙ୍କ ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଥାନା ଏସଆଇ ବୀରେନ୍ଦ୍ର କୁମାର ଦେହୁରୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଗଣିଆ ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ, ଗଣିଆ ସରପଞ୍ଚ ସଂଘର ସଭାପତି ମାନସ କୁମାର ମହାଖୁଡ଼ ଓ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥବଲେ । ପୋଲିସ ଜନତାଙ୍କ ବନ୍ଧୁ ପୋଲିସ ସବୁ ସମୟରେ ଜନସାଧାରଣଙ୍କୁ ସହେଯାଗ କରିବାକୁ ପ୍ରସ୍ତୁତ ରହିଛି । ପୋଲିସ ଜନତାଙ୍କ ମଧ୍ୟରେ ଉତମ ସମ୍ପର୍କ ଦ୍ବାରା ଅପରାଧ ନିୟନ୍ତ୍ରଣ ହେବାସହ ସମାଜରେ ସୁସ୍ଥ ପରିବେଶ ଗଠନ ହୋଇପାରିବ ବୋଲି ଏସଆଇ ଶ୍ରୀଯୁକ୍ତ ଦେହୁରୀ କହିଥିଲେ । ତେବେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ବୋଲି ମତ ରଖିଥିଲେ । ବ୍ଲକ ଅଧ୍ୟକ୍ଷା ଗଣିଆ ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା ଓ ଏସଆଇ
ବୀରେନ୍ଦ୍ର କୁମାର ଦେହରୀ ଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ ଗଣିଆ ଅଞ୍ଚଳରେ ବହୁ ପରିମାଣରେ ଅପରାଧିକ ଘଟଣା ହ୍ରାସ ପାଇଥିବା କହିଥିଲେ । ଏଥି ସହ ପୋଲିସକୁ ଭୟ ନକରି ବିଭିନ୍ନ ସମୟରେ ଅଚଂଳର ଅପରାଧିକ ସମସ୍ୟା ସମ୍ପର୍କରେ ସୂଚନା ଦେଇ ସହଯୋଗ କଲେ ଅଚଂଳରେ ଘଟୁଥିବା ଅପରାଧକୁ ଖୁବଶିଘ୍ର ରୋକାଯାଇପାରିବ ବୋଲି ମତ ରଖିଥିଲେ । ପରିଶେଷରେ ଗଣିଆ ଥାନା ତରଫରୁ କଳାପାଟ ମନ୍ଦିର ପରିସର ସଫା ସୁତରା କରିବା ସହିତ ବିଶ୍ୱଶାନ୍ତି ମହାଯଜ୍ଞରେ ପୋଲିସକୁ ସହଯୋଗ କରିଥିବାରୁ ଏସଆଇ ଶ୍ରୀ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ

Leave a Reply

Your email address will not be published. Required fields are marked *