ମା’ ଗର୍ଭ ବି ଅସୁରକ୍ଷିତ!

ଫୋକସ ପ୍ଲସ(ବ୍ୟୁରୋ): ଗବେଷଣାରୁ ଆସିଛି ସାଙ୍ଘାତିକ ତଥ୍ୟ । ପରିବେଶରେ ପ୍ରଦୂଷଣ ବୃଦ୍ଧି ଜନ୍ମିତ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରିପାରେ |ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ଗର୍ଭରେ ଶିଶୁ ଉପରେ ପ୍ରଦୂଷଣର ପ୍ରଭାବ ପଡିଥାଏ।ବର୍ତ୍ତମାନ ବୈଜ୍ଞାନିକଙ୍କୁ 3 ମାସର ଗର୍ଭସ୍ଥ ଶିଶୁରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ କଣିକା ପାଇଛନ୍ତି |ଜନ୍ମିତ ଶିଶୁର ଯକୃତ, ଫୁସଫୁସ ଏବଂ ମସ୍ତିଷ୍କରେ ନାନୋପାର୍ଟିକଲ୍ସ ମିଳିଛି |ଏହା ହେଉଛି ପ୍ରମାଣ ଯେ ପ୍ରଦୂଷଣ ମାତାର ନିଶ୍ୱାସ ଦେଇ ପ୍ଲେସେଣ୍ଟା ଅତିକ୍ରମ କରି ଶିଶୁର ଶରୀରରେ ପ୍ରବେଶ କରିପାରେ |

ପ୍ରଦୂଷଣ ଯୋଗୁ ଜନ୍ମ ହୋଇନଥିବା ଶିଶୁ ମଧ୍ୟ ବର୍ତ୍ତମାନ ଅସୁରକ୍ଷିତ । ଗର୍ଭରେ ବଢୁଥିବା ଶିଶୁ ବି ବର୍ତ୍ତମାନ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏହାର ସବୁଠାରୁ ଅଧିକ ପ୍ରଭାବ ଯକୃତ, ଫୁସଫୁସ ଏବଂ ମସ୍ତିଷ୍କ ଉପରେ ପଡୁଛି । ପରିବେଶ ପ୍ରଦୂଷଣ ଜନ୍ମ ନେଇନଥିବା ଶିଶୁଙ୍କ ପାଇଁ ମଧ୍ୟ ସଙ୍କଟର କାରଣ ପାଲଟୁଛି । ଏ କଥା ଆମେ କହୁନାହୁଁ, ଅନେକ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ବୈଜ୍ଞାନିକଙ୍କୁ ପ୍ରଥମ ଥର ତିନିମାସର ଭୃଣରେ ବାୟୁ ପ୍ରଦୂଷଣର କିଛି କଣିକା ମିଳିଛି । ଗର୍ଭରେ ବଢୁଥିବା ଯକୃତ, ଫୁସଫୁସ ଏବଂ ମସ୍ତିଷ୍କରେ ଏହି ସବୁ ମିଳିଛି । ଏହା ଏହି କଥାର ପ୍ରମାଣ ଯେ, ପ୍ରଦୂଷଣ ମାଆର ନିଶ୍ୱାସ ଦେଇ ପ୍ଲାସେଣ୍ଟା ଦେଇ ଶିଶୁର ଶରୀରରେ ପ୍ରବେଶ କରିଥାଏ । ସ୍କଟଲାଣ୍ଡର ଏବର୍ଡିନ ବିଶ୍ୱବିଦ୍ୟାଳୟ ଏବଂ ହ୍ୟାସେଲ୍ଡ ବିଶ୍ୱବିଦ୍ୟାଳୟ, ବେଲଜିୟମର ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଗବେଷଣାର ତଥ୍ୟ ଲାନସେଟ ପ୍ଲାନେଟାରୀ ହେଲଥରେ ପ୍ରକାଶିତ ହୋଇଛି । ବୈଜ୍ଞାନିକଙ୍କ କହିବା କଥା ଯେ, ଗର୍ଭଧାରଣର ପ୍ରଥମ ତିନିମାସରେ ବାୟୁ ପ୍ରଦୂଷଣର କିଛି ଅଂଶ ପ୍ଲାସେଣ୍ଟା ଦେଇ ଶିଶୁର ଶରୀରରେ ପ୍ରବେଶ କରିଥାଏ । ଯାହା ଚିନ୍ତାର ବିଷୟ । ଚିନ୍ତାର ବିଷୟ ଏଥିପାଇଁ କାରଣ ଗର୍ଭଧାରଣର ତିନିମାସ ପରେ ଶିଶୁର ଶାରିରୀକ ବିକାଶ ଦ୍ରୁତ ହୋଇଥାଏ । ଏହିଭଳି ସ୍ଥିତିରେ ଜନ୍ମ ହୋଇନଥିବା ଶିଶୁର ଶରୀରରେ ବାୟୁ ପ୍ରଦୂଷଣର ମାତ୍ରା ମିଳିବା ଚିନ୍ତାଜନକ । ଏହି ରିସର୍ଚ୍ଚରେ ପ୍ରତ୍ୟେକ ୧ କ୍ୟୁବିକ ଟିସୁରେ ହଜାର ହଜାର ସଂଖ୍ୟାରେ ବ୍ଲାକ କାର୍ବନର ମାତ୍ରା ମିଳିଥିଲା । ଏହା ମାଆର ନିଶ୍ୱାସ ଦେଇ ପ୍ଲାସେଣ୍ଟା ସାହାଯ୍ୟରେ ଗର୍ଭରେ ପହଞ୍ଚିଯାଇଥିଲା ।

ତେବେ ପ୍ରଶ୍ନ ଉଠିଛି ଏହାର ପ୍ରଭାବ କାହା ଉପରେ ପଡିଥାଏ । ଏହି ପରୀକ୍ଷାରେ ୩୬ଟି ଟିସୁର ସାମ୍ପୁଲ ନିଆଯାଇଥିଲା, ଯାହା ୭ରୁ ୨୦ ସପ୍ତାହ ମଧ୍ୟରେ ଥିଲା । ଗବେଷକଙ୍କ କହିବା କଥା ଯେ, ବ୍ଲାକ କାର୍ବନର ଅଂଶ ଗର୍ଭନଳୀର ରକ୍ତରେ ମିଳିବା ସ୍ପଷ୍ଟ କରୁଛି ଯେ ଏହି ଅଂଶ ପ୍ଲାସେଣ୍ଟାର ସୁରକ୍ଷାକୁ ପାର କରିପାରେ । ଏହା ଭୃଣର ବିଭିନ୍ନ ଅଙ୍ଗରେ ମଧ୍ୟ ବିକଶିତ ହେଉଥାଏ । ଯାହା ପରବର୍ତ୍ତୀ ଅବସ୍ଥାରେ ଭୃଣର ମସ୍ତିଷ୍କରେ ପ୍ରବେଶ କରିଥାଏ । ଏହିଭଳି ସ୍ଥିତିରେ ଶିଶୁର ବିଭିନ୍ନ ଏବଂ କୋଷିକାରେ ପ୍ରଭାବ ପଡିଥାଏ ।

କେବଳ ଏତିକି ନୁହେଁ ଅନ୍ୟ ଗବେଷଣାରୁ ମଧ୍ୟ ଏଭଳି ତଥ୍ୟ ଆସିଛି । ଜର୍ଣ୍ଣାଲ ଲାନସେଟ ପ୍ଲାନେଟାରୀ ହେଲଥରେ ପ୍ରକାଶିତ ତଥ୍ୟରେ କୁହାଯାଇଛି ଦକ୍ଷିଣ ଏସିଆରେ ୩ ଲକ୍ଷ ୪୯ ହଜାର ୬୮୧ ମହିଳା ବାୟୁ ପ୍ରଦୂଷଣ ଯୋଗୁ ମା ହୋଇପାରୁନାହାନ୍ତି । ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତରେ ବାୟୁପ୍ରଦୂଷଣ କାରଣରୁ ପ୍ରତିବର୍ଷ ୧.୨ ଲକ୍ଷ ଶିଶୁଙ୍କ ମୃତ୍ୟୁର କାରଣ ସାଜୁଛି । ବାୟୁ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ଦେଶରେ ୧୭ ଲକ୍ଷ ଲୋକଙ୍କର ଅସମୟରେ ମୃତ୍ୟୁ ହେଉଛି । କେବଳ ଏତିକି ନୁହେଁ ୩.୫ ଲକ୍ଷ ଶିଶୁ ଆସ୍ଥମାର ଶିକାର ହେଉଛି । ଏହା କିଛି ତଥ୍ୟ ଯାହା ଚିନ୍ତା ଜନକ । କିନ୍ତୁ ଏହାକୁ ଆମେ ରୋକିପାରିବା । ପ୍ରଦୂଷଣ କମ କରିବା ଆମ ହାତରେ ରହିଛି । ତେଣୁ ଆପଣ ମାନେ ଚେଷ୍ଟା କରନ୍ତୁ ଯେ ବାୟୁ ପ୍ରଦୂଷଣ କରିବେ ନାହିଁ।

Leave a Reply

Your email address will not be published. Required fields are marked *