ମା ଛେଳିକୁ କରାଗଲା ଅସ୍ତ୍ରୋପଚାର

ଫୋକସ ପ୍ଲସ(ଜଗତସିଂହପୁର)୨୫/୦୮/୨୦୨୨: ମଣିଷଟିଏ ଦୁର୍ଘଟଣା ହେଲେ ତାକୁ ବଞ୍ଚାଇବା ପାଇଁ ସମସ୍ତେ ପାଖକୁ ଆସିଥାନ୍ତି।ହେଲେ ପଶୁ ଜନ୍ତୁଟି ଦୁର୍ଘଟଣା ଗ୍ରସ୍ତ ହେଲେ ସମସ୍ତେ ଦେଖି ଚାଲି ଯାଆନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢ଼ିଅ ସାହି କଟରା ରାସ୍ତାର ନନ୍ଦନ ଛକ ନିକଟରେ।ଗର୍ଭବତୀ ଛେଳି ଟି ରାସ୍ତା କଡ଼ରେ ଚରୁଥିବା ବେଳେ ଏକ ଦ୍ରୁତଗାମୀ କାର ଧକା ଦେଇ ପଳାଇ ଯାଇଥିଲା।ଛେଳି ଟି ଯନ୍ତ୍ରଣାରେ ଛଟପଟ ହୋଇ ରଡ଼ି ଛାଡୁଥାଏ।ଘଟଣା ସ୍ଥଳରେ ଛେଳିର ମାଲିକ ପହଞ୍ଚି ଛେଳି କୁ ଉଦ୍ଧାର କରି କଟରା ସ୍ତିତ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ କରିଥିଲେ।ରାତ୍ରୀରେ ଛେଳିର ଯନ୍ତ୍ରଣା ବଢିବାରୁ ଛେଳିର ମାଲିକ ସକାଳୁ ଛେଲିକୁ ଜଗତସିଂହପୁର ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣିଥିଲେ।ଛେଳିଟି ଗର୍ଭବତୀ ଥିବାରୁ ଅଧିକ ଯନ୍ତ୍ରଣା ଭୋଗୁ ଥିଲା।ବିଭାଗୀୟ ଡାକ୍ତର ଓ କର୍ମଚାରି ଛେଳିର ଅସ୍ତ୍ରୋପଚାର କରିଥିଲେ।ଅସ୍ତ୍ରୋପଚାର ପରେ ପେଟରୁ ଦୁଇଟି ମୃତ ଛେଳି ଛୁଆ ବାହାର କରାଯାଇଥିଲା।ଡାକ୍ତର ମାନେ ଅସ୍ତ୍ରୋପଚାର କରି ମା ଛେଳିଟିର ଜୀବନ ବଞ୍ଚାଇବା ରେ ସଫଳ ହୋଇଥିଲେ।ଦୁର୍ଘଟଣା ଯୋଗୁ ପେଟ ଭିତରେ ଛେଳି ଛୁଆ ଦୁଇଟି ମରିଯାଇଥିବା ବିଷୟରେ ଡାକ୍ତର ପ୍ରକାଶ କରିଥିଲେ।

ଜଗତସିଂହପୁର ରୁ ସଂଗ୍ରାମ କିଶୋର ପତ୍ତନଇୟାଙ୍କ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *