ମା ବାଲିହରଚଣ୍ଡୀଙ୍କ ସାବିତ୍ରୀ ଓଷା

ଫୋକସ ପ୍ଲସ ୩୦/୫/୨୨(ବ୍ରହ୍ମଗିରି): ଓଡ଼ିଆ ଘର ବୋହୁ କରିଛନ୍ତି ସାବିତ୍ରୀ ଓଷା l ସ୍ୱାମୀଙ୍କ ପାଇଁ ଶୁଭମନାସି ଦେବଦେବୀଙ୍କ ପାଖରେ ପୂଜାଅର୍ଚନା କରି ନୂଆ ଶାଢ଼ୀ ଚୁଡ଼ି ପିନ୍ଧି ସ୍ୱାମୀଙ୍କ ମଙ୍ଗଳ କାମନା କରିଛନ୍ତି l ମାତ୍ର ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟା ମା ବଲିହାରଚଣ୍ଡୀ କରିଛନ୍ତି ସାବିତ୍ରୀ ଓଷା l ବାପଘରୁ ଭାର ଆସିଲା ବାଜା ରୋଷଣୀରେ ଭାର ପହଁଚିଲା ମାଙ୍କ ମନ୍ଦିରରେ l ପୁରୀ ଜିଲ୍ଲା ବ୍ରହ୍ମଗିରିର ବାରୁଣା ବନ୍ତ ବାସିନୀ ମା ବାଲି ହରଚଣ୍ଡୀ କରିବେ ସାବିତ୍ରୀ ଓଷା l ଏଥି ପାଇଁ ବାପ ଘରୁ ଆସିଛି ସାବିତ୍ରୀ ଭାର l ବଲିହରଚଣ୍ଡୀ ମହାସାଗରର ଦେବୀ l ଚିଲିକା କୁଳର ପାଞ୍ଚ ପଡାରୁ ଆସିଛି ସାବିତ୍ରୀ ଭାର l ପ୍ରତିବର୍ଷ ବନ୍ୟାବାତ୍ୟାରୁ ଚିଲିକା ଅଞ୍ଚଳ ଗାଁକୁ ରକ୍ଷା କରିଥାନ୍ତି ମା ବାଲି ହରଚଣ୍ଡୀ l ମା କରିବେ ସାବିତ୍ରୀ,ବାପଘରଲୋକେ ବାଜା ରୋଷଣୀରେ ପହଞ୍ଚିଛନ୍ତି ମାଙ୍କ ମନ୍ଦିରରେ
କେଉଁ ଆବାହନ କାଳରୁ ମାଙ୍କ ପାଇଁ ଭାର ନେଇଆସନ୍ତି ଚିଲିକା କୁଳିଆ ଗ୍ରାମ ବାସୀ l ଗୋଟିଏ ଦିନପାଇଁ ମାନଙ୍କର ବାପା ଭାଇ ହୋଇଯାନ୍ତି ସାଧାରଣ ଲୋକ l ମାଙ୍କୁ ଭାରଦେଇ ଗାଁ ପାଇଁ ଶୁଭମନାସି ଥାନ୍ତି ପାଞ୍ଚପଡା ବାସୀ l ଶାଢ଼ୀ, ଚୁଡ଼ି, ଆମ୍ବ, ପଣସ, କଦଳୀ ଓ ମହାପ୍ରସାଦ ମାଙ୍କୁ ସମର୍ପଣ କରିଥାନ୍ତି ପୂଜକ l ଶାଢ଼ୀ ଚୁଡ଼ି ପିନ୍ଧି ମା ସାବିତ୍ରୀ ପାଳିଛନ୍ତି l ସାଧାରଣ ଓଡ଼ିଆଣୀ ପରି ମା ବଲିହାରଚଣ୍ଡୀ ସାବିତ୍ରୀ ପାଳି ଚିଲିକା ଓ ସମୁଦ୍ରକୁଳିଆ ଲୋକଙ୍କୁ ଆଶ୍ରିବାଦ ପ୍ରଦାନ କରି ବନ୍ୟା ବାତ୍ୟା ଦୁର୍ବିପାକରୁ ରକ୍ଷା କରନ୍ତି l

ବ୍ରହ୍ମଗିରୀରୁ ଚିତ୍ତରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍

Leave a Reply

Your email address will not be published. Required fields are marked *