ମିଛ ପ୍ରତିଶ୍ରୁତି ରେ ଚାଲିଛି ବ୍ଲକ ପ୍ରଶାସନ

ଫୋକସ ପ୍ଲସ(ଭଦ୍ରକ)୧୪/୦୯/୨୦୨୨: ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ ସାଜିଛି ଖେଳନା କଣ୍ଢେଇ।PDS ପାଇବା ପାଇଁ 4-5km ରୁ ଅଧିକ ବାଟ ଯାଉଛନ୍ତି ଅସହାୟ ବୃଦ୍ଧ ଓ ବିକଳାଙ୍ଗ, ଏମିତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ ଓ ଗ୍ରାମ ବାସୀ ସୂଚନା ରୁ ପ୍ରକାଶ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ଗ୍ରାମପଂଚାୟତ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଟିଲୋ ଗ୍ରାମ ପଂଚାୟତ ରେ 15ଗୋଟି ୱାର୍ଡ ଥିବା ବେଳେ ଏଠାରେ 10ହଜାର ରୁ ଅଧିକ ଲୋକ ବସ ବାସ କରନ୍ତି, ଏଠାରେ ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ମାତ୍ର 3ନୋଟି ବିତରଣ କେନ୍ଦ୍ର ରହିଥିବା ବେଳେ ଗ୍ରାମବାସୀ ଆଉ କିଛି ଅଧିକ ବିତରଣ କେନ୍ଦ୍ର କରିବା ପାଇଁ ପ୍ରଶାସନ କୁ ବାରମ୍ବାର ଅବଗତ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ବାସୀ। ସେପଟେ ସମାଜ ସେବି ଲକି ମାଷ୍ଟର ସ୍ୱାଇଁଙ୍କ ପ୍ରକାଶ କରିଛନ୍ତି କି ବିଭାଗୀୟ ଅଧିକାରୀ MI ଏବଂ CSO ଙ୍କୁ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ ମଧ୍ଯ ହୋଇଥିଲା। ଜିଲ୍ଲାପାଳ ଏହି ଘଟଣା ସମଧାନ ପାଇଁ MI ଙ୍କୁ ନିର୍ଦେଶ ମଧ୍ଯ ଦେଇଥିଲେ ହେଲେ କିଛି ଦିନ ପାରେ ଉକ୍ତ MI ଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ଯାହା ପାଇଁ ଆମ ଅଭିଯୋଗର କୌଣସି ସମାଧାନର ବାଟ ତିଆରି କରିବାକୁ ଅସମର୍ଥ ହୋଇପଡ଼ିଲା ପ୍ରଶାସନ। ତେବେ ଏଠି ପ୍ରଶ୍ନ ଉଠିଛି କାହା ଚାପରେ ସରକାରୀ ବାବୁ ମାନଙ୍କୁ ଏଭଳି ବାରମ୍ବାର ବଦଳି କରୁଛି ଜିଲ୍ଲା ପ୍ରଶାସନ ଯଦି ଆଗାମୀ ଦିନରେ ଏହାର ସ୍ଥାଇ ସମାଧାନ ନହୁଏ,ଭଦ୍ରକ, ବନ୍ତ ରାସ୍ତା ଅବରୋଧ କରିବା କଥା ପ୍ରକାଶ କରିଛନ୍ତି ଗ୍ରାମବାସୀ ତେବେ ଏହି ଘଟଣା ଜଣା ପଡିବା ପରେ କି ପଦକ୍ଷପ ନେଉଛନ୍ତି ସରକାର ତାହା ଦେଖି ବାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *