ମିଳୁନି ମଧ୍ୟାହ୍ନ ଭୋଜନ ଧାରଣାରେ ଶିଶୁ ଓ ଅଭିଭାବକ

ଫୋକସ ପ୍ଲସ(ଦିଗପହଣ୍ଡି)୪/୦୯/୨୦୨୨: ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିପଲ୍ଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଉକ୍ତ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଗତକାଲିଠାରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଆଉ ଏନେଇ କୁନି କୁନି ଶିଶୁ ଓ ଅଭିଭାବକ ଅଭିଭାବିକା ମାନେ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ। ଦୀର୍ଘ ଛଅ ମାସ ହେଲା ଅଙ୍ଗନୱାଡି କର୍ମୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିଲେ।ଆଉ ସେପ୍ଟେମ୍ବର 1 ତାରିଖରୁ ନିଜ ପାଖରେ ଟଙ୍କା ନଥିବା ହେତୁ ସେ ପ୍ରଶାସନ କୁ ହାତ ଟେକି ଦେଇଛନ୍ତି।ଅଙ୍ଗନୱାଡି କର୍ମୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଥିଲେ।ଏହି କଥା ଶୁଣିଲେ ଆପଣ ଚକିତ ନ ହୋଇ ରହି ପାରିବେ ନାହିଁ।କାରଣ ଅଙ୍ଗନୱାଡି କେନ୍ଦ୍ରର ବ୍ୟାଙ୍କ୍ ପାସ୍ ବୁକ୍ ଅପଡେଟ୍ ପାଇଁ ତଥା ନୂତନ ପାସ୍ ବୁକ୍ କରିବା ପାଇଁ ସ୍ଥାନୀୟ ୱାର୍ଡ ମେମ୍ବର କିମ୍ବା ସରପଞ୍ଚ ଙ୍କ ଦସ୍ତଖତ ଦରକାର।ଏନେଇ ଅଙ୍ଗନୱାଡି କର୍ମୀ ଅବଗତ କରାଇଥିଲେ ମଧ୍ୟ କେହି ସହଯୋଗ କରୁ ନାହାନ୍ତି।ଯାହା ଫଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ମଧ୍ୟାହ୍ନ ଭୋଜନ ସାମଗ୍ରୀ କିଣି ପାରୁ ନାହାନ୍ତି। କଥା କେବଳ ଏତିକିରେ ଅଟକି ନାହିଁ।ଅଙ୍ଗନୱାଡି କର୍ମୀ ନିଜେ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପାଳ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।କିନ୍ତୁ କିଛି ସୁଫଳ ମିଳିନାହିଁ।ଅନ୍ୟପଟେ ଉକ୍ତ ଗ୍ରାମରେ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଅଛି।କିନ୍ତୁ ଅନ୍ୟ କେନ୍ଦ୍ରଟି ନିର୍ମାଣ ହେବାର ବହୁ ବର୍ଷ ପରେ ମଧ୍ୟ ବ୍ଲକ ପ୍ରଶାସନର ଅବହେଳା ହେତୁ ଅଙ୍ଗନୱାଡି କର୍ମୀ ଙ୍କୁ ହସ୍ତାନ୍ତର ହୋଇନାହିଁ। ଯାହା ଫଳରେ ଦୁଇ ଜଣ ଅଙ୍ଗନୱାଡି କର୍ମୀ ଗୋଟିଏ କେନ୍ଦ୍ର ଶିଶୁଙ୍କୁ ଶିକ୍ଷା ଦାନ କରୁଛନ୍ତି।ଏହି ଥିରୁ ଜଳ ଜଳ ଦେଖା ଯାଉଛି ଏହି ଅଙ୍ଗନ୍ ୱାଡ଼ି କେନ୍ଦ୍ର କିପରି ମାଳ ମାଳ ସମସ୍ୟା ଭିତରେ ବୁଡ଼ି ରହିଛି।ସ୍ଥାନୀୟ ପ୍ରଶାସନ ର ନିରବତା ଓ ଅବହେଳା ଭିତରେ ଫଳ ଭୋଗୁଛନ୍ତି କୁନି କୁନି ଶିଶୁ, ଏପଟେ ସରପଞ୍ଚ ମହୋଦୟ ଙ୍କ ପ୍ରତିକ୍ରିୟା ପାଇଁ ଯିବା ବେଳେ ମିଡ଼ିଆଙ୍କୁ ଦେଖି ଲୁଚକାଳି ଖେଳୁଛନ୍ତି lଏବଂ ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ସ୍ଥାନୀୟ ସରପଞ୍ଚ ଏବଂ CDPO ମାଡାମ କୁଆଡେ ଦେଶର ଆଗାମୀ ଭବିଷ୍ୟତ କୁ ନେଇ ରାଜନୀତି କରୁଥିବା ପରିଲକ୍ଷିତ ହେଉଛି l ବର୍ତ୍ତମାନ ଦେଖିବାର କଥା ଏହି ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ପ୍ରଶାସନ କେବେ ସମାଧାନ କରିବାରେ ସକ୍ଷମ ହେଉଛି।

ଦିଗପହଣ୍ଡି ରୁ ହରି ରେଡ୍ଡୀ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *