ମୁଁ ଜଣେ ସେବକ ସବୁବେଳେ ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ ।

ପୁରୀଜିଲ୍ଲା କାକଟପୁର ବ୍ଲକ ଅଧ୍ୟକ୍ଷ ଭାବେ ନବ ନିର୍ବାଚିତ ହୋଇଥିବା ଶ୍ରୀଧର ନାୟକ ଆଜି ଶତାଧିକ କର୍ମୀ ଗହଣରେ ମା “ମଙ୍ଗଳା ଙ୍କ ଆଜ୍ଞା ମାଳ ଆଣି ସହ ସହ କର୍ମୀ ଗହଣରେ ପଦଯାତ୍ରା କରି ପଞ୍ଚାୟତ ସମିତି ରେ ପହଞ୍ଚି ବିଧିବଦ୍ଧ ଭାବରେ ଆସନ ଗ୍ରହଣ କରିଛନ୍ତି । ଆସନରେ ନିଜେ ବସିବା ସମୟରେ କାକଟପୁର ବ୍ଲକର ୧୬ ଟି ପଂଚାୟତ ବାସିଙ୍କୁ ପ୍ରଣାମ ଜଣାଇବା ସହ ଆଶ୍ରିବାଦ ଭିକ୍ଷା କରିଛନ୍ତି ! ଶ୍ରୀଧର ନାୟକ କହିଛନ୍ତି ଯେ ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରି ନାହିଁ ସେ ପର୍ଯ୍ୟନ୍ତ ମୁଁ ବ୍ଲକର ଅଧ୍ୟକ୍ଷ , ଭାବରେ ପରିଚୟ ଦେବି ନାହିଁ ।
ମୁଁ ଜଣେ ସେବକ ହିସାବରେ ଆପଣମାନଙ୍କ ଆଶ୍ରିବାଦ ନେଇ ଦାୟିତ୍ୱ ଗ୍ରହଣ କରୁଛି ! ଆପଣଙ୍କ ସେବା ମୋର ଏକାନ୍ତ କାମ୍ୟ ।।
ଅନ୍ୟପଟେ କୁଣ୍ଢେଇ ସରପଞ୍ଚ ପ୍ରଭାତୀ ପରିଡ଼ା, ଓ ସମିତି ସଭ୍ୟ ପ୍ରମୋଦ କିଶୋର ଦାସ, କୁରୁଜଙ୍ଗ ସରପଞ୍ଚ ରୁପାଲୀ କାଣ୍ଡି , , ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ, ସମାଜ ସେବୀ ଙ୍କ ଉପସ୍ଥିତ ରେ ନିଷ୍ଠାର ସହ ପଂଚାୟତ ସମିତି ଗୃହ କୁ ହୋମଯଜ୍ଞ କରିବା ସହ ଆସନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *