ଫୋକସ ପ୍ଲସ (ବୌଦ୍ଧ)୨୧/୦୭/୨୦୨୨: ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗ୍ରାମର ମେଘନାଦ ସାହୁ ।ଗତ ସେବା ସମବାୟ ନିର୍ବାଚନ ରେ ଉଭୟ ଗୋଷ୍ଠୀ ଗଣ୍ଡଗୋଳ ସମୟ ରେ ଲୋକଙ୍କୁ ବୁଝାସୁଝା ବେଳେ କଣ୍ଟାମାଲ ପୋଲିସ ତାଙ୍କୁ ଉଠାଇ ନେଇ ତାଙ୍କ ନାମରେ ମାମଲା ରୁଜୁ କରି କୋଟ ଫରୁଆଡ଼ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସାହୁ ବଂଶ ନାମରେ ଥାନାରେ କୌଣସି ମାମଲା ହୋଇ ନ ଥିବା ବେଳେ ପୁଅ ମେଘନାଦ ସାହୁଙ୍କ ନାମରେ କୋଟ ଫରୁଆଡ଼ କରିଥିବା ବେଳେ ବାପା ଜାଣିବା ପରେ ବାପା ଙ୍କ ହୃଦ ଘାତ ରେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା ।ପରେ ପରିବାର ଲୋକ ମୃତ ବାପାଙ୍କ ମୁହଁରେ ମୁଖଗ୍ନି ଦେବା ପାଇଁ ଥାନା ଠାରୁ ଆରମ୍ଭ କରି କୋଟ ପର୍ଯ୍ୟନ୍ତ ସବୁଠି ଗୁହାରି ଜଣାଇ ଥିଲେ ସୁଦ୍ଧା ଅନୁମତି ନ ମିଳିବାରୁ ବାପାଙ୍କ ମୁହଁରେ ମୁଖଗ୍ନି ଦେଇ ପାରିଲେ ନାହିଁ ପୁଓ ମେଘନାଦ ।ଘଟଣା 20ଦିନ ପରେ ମା ଏକଥାକୁ ସହ୍ୟ କରିପାରିଲେନି ମା ବେଟିଖାଇ ସାହୁ ଶେଷରେ ଝୁରି ଝୁରି ଆଜି ଦିନ 11ଘଣ୍ଟା ସମୟରେ ପ୍ରାଣତ୍ୟାଗ କରିଥିଲେ । ଏହାପରେ ପରିବାର ଲୋକେ ମାଆର ମୁହଁରେ ମୁଖଗ୍ନି ଦେବାପାଇଁ ବୌଦ୍ଧ କୋଟ ସମ୍ମୁଖରେ ପରିବାର ଲୋକେ ମାର ଶବକୁ ଆମ୍ବୁଲାନ୍ସରେ ରଖି ମା ମୁହଁରେ ମୁଖଗ୍ନି ଓ ଜେଲରେ ଥିବା ପୁଅ ମେଘନାଦ ର ବେଳ ମାଗୁଛି ମୃତ ମା ।ଜେଲ ରେ ଶେଷ ଦର୍ଶନ ପାଇଁ କୋଟ ର ଅନୁମତି କୁ ଅପେକ୍ଷା କରି କୋଟ ସମ୍ମୁଖରେ ଚାରିଘଣ୍ଟା ହେଲା ଅପେକ୍ଷା କରି ରହିଛି ମାର ମୃତ ଶରୀର ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ କୋଟ ସମ୍ମୁଖରେ ।
ବୌଦ୍ଧ ରୁ ଶରତ ମୁଦୁଲି ଙ୍କ ରିପୋର୍ଟ ଫୋକସ ପ୍ଲସ |