ମୁଖ୍ୟମନ୍ତ୍ରୀଙ୍କୁ ସରପଞ୍ଚଙ୍କ ଚିଠି

ଫୋକସ ପ୍ଲସ (ସୁବର୍ଣ୍ଣପୁର)୧୩/୦୭/୨୦୨୨ :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମିରା ପଂଚାୟତକୁ ଏକ ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କମିରା ସରପଞ୍ଚ ଶ୍ରୀମତୀ ଅନୁସୟା ପଧାନ l ପଂଚାୟତରେ ସରକାରଙ୍କ 5T ଯୋଜନା ପାରେ ମଧ୍ୟ ଆଜି ଯାଇଁ ଅଧୁରା ରହିଛି ଅନେକ କାମ l ସେହିପରି ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କମିରା ହାଇସ୍କୁଲକୁ ସରକାରଙ୍କ 5T ଯୋଜନା ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ରାଶି ଯୋଗାଇବା,କମିରା ଗ୍ରାମ ଠାରୁ ଲଖିନି ଗାଁ ମୁଣ୍ଡ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାର ଉନ୍ନତି କରଣ କରାଯିବା , କମିରା ଗ୍ରାମପଞ୍ଚାୟତର ସମସ୍ତ ଚାଷୀ ମାନଙ୍କ ଚାଷର ଉନ୍ନତି କରଣ ପାଇଁ ମେଗା ପ୍ରଜେକ୍ଟ କାର୍ଯ୍ୟକାରୀ କରି ସମସ୍ତ ଚାଷୀଙ୍କୁ ଜଳ ଯୋଗାଇ ଦେବାର ସୁବ୍ୟବସ୍ଥା କରିବା ସହ ବୀରମହାରାଜପୁର ସଦର ବ୍ଲକ /ତହସିଲ ଉପଜିଲ୍ଲାପାଳ ଅଫିସ ଓ ମେଡିକାଲ କୁ ସାଧାରଣ ଜନତାଙ୍କ ଯିବାଆସିବା ପାଇଁ କମିରା ଗ୍ରାମରୁ ପଣ୍ଡୁଆ ଯିବା ସୁରୁବାଲି ଯୋର ଉପରେ ଏକ ପୋଲ ନିର୍ମାଣର ସୁବିଧା କରିବା ପାଇଁ ଚିଠି ଲେଖି ଅନୁରୋଧ କରିଛନ୍ତି l ଉପଯୁକ୍ତ ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି କମିରା ସରପଞ୍ଚ ଓ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ସମାଧାନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l

ସୁବର୍ଣ୍ଣପୁରରୁ ସହଦେଵ ମେହେରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *