ମୁଖ୍ୟ ଖବର ୧୪/୦୩/୨୦୨୪;
1.ଗତକାଲି କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ‘ନାରୀ ନ୍ୟାୟ ଯୋଜନା’ର ଘୋଷଣା କରିଛନ୍ତି ।ଏହି ଯୋଜନାରେ ‘ମହାଲକ୍ଷ୍ମୀ ଗ୍ୟାରେଣ୍ଟି’ ଅନୁଯାୟୀ ମହିଳାଙ୍କୁ ବାର୍ଷିକ 1ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ମାସିକ ବେତନକୁ ଦ୍ୱିଗୁଣିତ କରାଯାଇଛି ।ପ୍ରତ୍ୟେକ ପଞ୍ଚାୟତର ମହିଳାମାନଙ୍କୁ ତାଙ୍କ ଅଧିକାର ଓ ନ୍ୟାୟ ସମ୍ପର୍କରେ ସଚେତନ କରାଇବାକୁ ‘ଅଧିକାର ମୈତ୍ରୀ’ ନ୍ୟାୟ ବ୍ୟବସ୍ଥା ରହିଛି । ସାବିତ୍ରୀ ବାଇ ଫୁଲେ ହଷ୍ଟେଲ ଭାରତ ସରକାର ସବୁ ଜିଲ୍ଲାର ମୁଖ୍ୟାଳୟରେ କର୍ମଜୀବୀ ମହିଳାଙ୍କ ପାଇଁ କମ ସେ କମ ଗୋଟେ ହଷ୍ଟେଲ ନିର୍ମାଣ କରିବେ ଏବଂ ପୁରା ଦେଶରେ ଏହି ହଷ୍ଟେଲର ଗଣତିକୁ ଦ୍ୱିଗୁଣିତ କରାଯିବ ।
2. ଆଜି ବିଜେପି-ବିଜେଡି ମେଣ୍ଟ ସମ୍ପର୍କରେ ଏବଂ ସିଟ ସେୟାରିଂ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।
3.ପଦ୍ମ ପୁରସ୍କୃତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମାସକୁ 25 ହଜାର ଟଙ୍କା ସମ୍ମାନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି
ଏହି ନିୟମକୁ ଆସନ୍ତା ଏପ୍ରିଲ ମାସରୁ ଲାଗୁ କରାଯିବ ।
4.ରାଜ୍ୟ ସରକାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକଙ୍କ ମାସିକ ଦରମାକୁ 13,800ଟଙ୍କାରୁ 20,000ଟଙ୍କାକୁ ବୃଦ୍ଧି କରିଛନ୍ତି
ଏହାକୁ 2023 ମସିହା ଜାନୁୟାରୀ 1ତାରିଖରୁ ଲାଗୁ କରାଯିବ ଏବଂ ଏହା ଦ୍ୱାରା 12,784କନିଷ୍ଠ ଶିକ୍ଷକ ଉପକୃତ ହେବେ ।