ମୁଖ କ୍ୟାନ୍ସର ନେଇପାରେ ଆପଣଙ୍କ ଜୀବନ

ଫୋକସ ପ୍ଲସ 26/2/23(ବ୍ୟୁରୋ): ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ିଙ୍କ ମଧ୍ୟରେ କ୍ୟାନ୍ସର ରୋଗ ଦେଖିବାକୁ ମିଳୁଛି | ଆଉ ଏହା ଦ୍ରୁତ ଗତିରେ ବଢ଼ିବାରେ ମଧ୍ୟ ଲାଗିଛି | ଆଉ ଏହା ମଧ୍ୟରେ ରହିଛି ମୁଖ କ୍ୟାନ୍ସର | କିଛିବର୍ଷ ଧରି ମାଉଥ୍ କ୍ୟାନସର ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇନେବା ଜରୁରୀ ଅଟେ | ମଣିଷର ପାଟି ପୂରା ଶରୀରକୁ ପୋଷଣ ପହଁଚାଇବା ଦ୍ୱାର ଭଳି କାମ କରିଥାଏ । ଖାଦ୍ୟକୁ ଚୋବାଇବା କାଟିବା ଠାରୁ ନେଇ ଖାଦ୍ୟକୁ ହଜମ କରିବା ପର୍ଯ୍ୟନ୍ତ ଏ ସମସ୍ତ ଦାୟିତ୍ୱ ପାଟିର ଥାଏ ।

ଓଠ, ମୁହଁ ଗହ୍ବର , ମାଢ଼ି, ଦାନ୍ତ, ତାଳୁ, ଜିଭ ଏବଂ ଲାଳ ଗ୍ରନ୍ଥି ପାଟିର ଅଂଶରେ ସାମିଲ ରହିଛି । ତେବେ ଯେତେବେଳେ ବି ଆମେ କାହାର ଅଈଁଠା ଖାଇଦିଅନ୍ତି କିମ୍ବା କୌଣସି ଖରାପ ଖାଦ୍ୟ ଖାଇଦିଅନ୍ତି ତେବେ ଏହାର ପ୍ରଭାବ ସିଧା ସଳଖ ପ୍ରଥମେ ଆମ ପାଟି ଉପରେ ପଡିଥାଏ । ଏହିପରି ଭାବେ ପାଟିରେ ଇନଫେକସନ୍‌ ହେବା ଦ୍ୱାରା ଛାଲି ମଧ୍ୟ ପଡିଯାଏ । ଏମିତି ତ ପାଟିରେ ଛାଲି ପଡିବାର ଅନେକ କାରଣ ହୋଇପାରେ ଯେମିତିକି ପେଟ ସଫା ନହେବା, କବ୍ଜ ହେବା ଇତ୍ୟାଦି । ଏହି ଖାଦ୍ୟ ସମ୍ବେଦନଶୀଳତା, ପୋଷକ ତତ୍ତ୍ୱରେ ଅଭାବ କିମ୍ବା ଆପଣଙ୍କ ପାଟିରେ କିଛି ଜୀବାଣୁ ପାଇଁ ଆଲର୍ଜିର ପ୍ରତିକ୍ରିୟା ଏହାର ପରିଣାମ ହୋଇପାରେ ।

ଯଦିଓ କିଛି ଲୋକଙ୍କୁ ଏପରି ଲକ୍ଷଣ ଲଗାତର ହୋଇଥାଏ, କିନ୍ତୁ ଏହାକୁ ସାମାନ୍ୟ ଭାବି ଅନେକ ଲୋକ ଏହାକୁ ଅଣଦେଖା କରିଦିଅନ୍ତି । କିନ୍ତୁ ଏହାକୁ ଅଣଦେଖା କରିବା ଦ୍ଵାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ | ଏହା ପାଟିର କର୍କଟ ରୋଗ ଆଡକୁ ଇସାରା ବି କରିପାରେ । ମୁଖ କର୍କଟ ଅଧିକ ଭୟଙ୍କର ଏବଂ ଜୀବନନାଶକ ହେବାର ବି ସଂକେତ ଦେଇଥାଏ ।ତେବେ ଗତ କିଛିବର୍ଷ ଧରି ମାଉଥ୍ କ୍ୟାନସର ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ଅଟେ । ଓରାଲ ହେଲଥ ଫାଉଣ୍ଡେସନର ଡାଟା ଅନୁସାରେ ,ଗତ ଦଶବର୍ଷ ମଧ୍ୟରେ ଏହି ରୋଗ ୩୪ ପ୍ରତିଶତ ବୃଦ୍ଧି ପାଇଛି । ଅଧିକାଂଶ ଲୋକ ଏହାକୁ ସାଧାରଣ ଭାବେ ନେଇଥାନ୍ତି । ମାତ୍ର ଭବିଷ୍ୟତରେ ଏହା ଭୟଙ୍କର ହୋଇପାରେ ।ଏପରିକି ଜଣଙ୍କର ଜୀବନହାନୀର କାରଣ ମଧ୍ୟ ସାଜିପାରେ ।

Leave a Reply

Your email address will not be published. Required fields are marked *