ମୁଗଡାଲିର ଉପକାରିତା |

ସ୍ୱାସ୍ଥ୍ୟ25/11/2023; ମୁଗ ଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି ? ଏଥିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ । ମୁଗ ଡାଲିରେ ଆଣ୍ଟିଅକ୍ସିଡାଣ୍ଟ ଭଳି ଫେନୋଲିକ ଏସିଡ଼, ଫ୍ଲୋବୋନାଇଡସ, କୈଫିକ ଏସିଡ଼ ଭର୍ତ୍ତି ହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିରେ ଗମ୍ଭୀର ରୋଗରୁ ମିଳିଥାଏ ମୁକ୍ତି. ଏହାବ୍ୟତୀତ କୋଲେଷ୍ଟ୍ରୋଲ ସ୍ତର ଅନିୟଜ୍ଜିତ ହେଲେ ହୃଦୟ ସହ ଜଡ଼ିତ ସମସ୍ୟା ଦେଖାଦେଇଥାଏ । ତେଣୁ ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ଠିକ ରଖିବାରେ ବଡ଼ ଭୂମିକା ଲିଭାଇଥାଏ । ଗବେଷଣା ଅନୁଯାୟୀ, ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ୟା । ମୁଗ ଡ଼ାଲି ଖାଇବା ଦ୍ବାରା ବଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେ ଥିବା ପୋଟାସିୟମ, ମାଗ୍ନେସିୟମ ଓ ଫାଇବର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *