ରାୟଗଡା୧୫/୦୨/୨୦୨୪: ବହୁଦିନର ପ୍ରତିକ୍ଷା ପରେ ମୁନିଗୁଡା ସ୍ଥିତ ଆମ ବସ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଆଜି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୧୩ଟି ଜିଲ୍ଲାର ୨୦ଟି ଆମ ବସଷ୍ଟାଣ୍ଡ ଉଦଘାଟିନ କରିଛନ୍ତି । ବସଷ୍ଟାଣ୍ଡରେ ବସିବା, ଶୌଚାଳୟ, ମୋବାଇଲ ଚାର୍ଜର ସହ ସିସି ଟିଭି ସହ ଅତ୍ୟାଧୁନିକ ସୁବିଧା ଯୋଗାଉଥିବା ଆମ ବସଷ୍ଟାଣ୍ଡର ଉଦଘାଟନ ଉତ୍ସବରେ ଆଭାସୀ ମାଧ୍ୟମରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନ ଓ ମୁନିଗୁଡା ଠାରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଲୋକଙ୍କ ସମ୍ପତି ଓ ଏହାର ରକ୍ଷଣା ବ୍ୟକ୍ଷଣ ଲୋକଙ୍କ ଦାୟିତ୍ୱ ବୋଲି ମନ୍ତ୍ରୀ କହିଥିବା ବେଳେ ଏହା ଦ୍ୱାରା ମହିଳା ମାନେ ବିଶେଷ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ସ୍ଥାନୀୟ ମହିଳା।