ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ଛାତ୍ର

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୪/୦୯/୨୦୨୨: ଦୀର୍ଘ ୨ ବର୍ଷ ହେଲା କୋରନା ମହାମାରୀ ହେତୁ ସମସ୍ତ ପୂଜା ପାର୍ବଣ ବନ୍ଦ ଥିଲା ଚଳିତ ବର୍ଷ କୋରନା କଟକଣା କୋହଳ ହୋଇଥିବାରୁ ଗଣେଶ ପୂଜା ଟି ଚାରିଆଡେ ବେଶେ ଯାକ ଯମକ ରେ ପାଳନ କରାଯାଉଛି। ମାତ୍ର ଏ ଭିତରେ କିଛି ଅନୁଷ୍ଠାନ ର କର୍ମ କର୍ତା ଅଣଦେଖା କରୁଛନ୍ତି ପ୍ରଶାସନିକ ନିୟମ ଗୁଡିକୁ | ଯାହା ଦ୍ଵାରା ଅନେକ ବିପଦ ରେ ପଡିଯାଉଛି ଛାତ୍ରଛାତ୍ରୀ ଙ୍କ ଧନ ଜୀବନ | ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଅସୁରେଶ୍ୱର ପଞ୍ଚାୟତ ରେ ଥିବା ମା ଶାରଳା କୋଚିଂ ସେଣ୍ଟର ରେ | ଗଣେଶ ପୂଜା ପରେ , ଗଣେଶ ମୂର୍ତ୍ତି ବିସର୍ଜନ କରିବା ଲାଗି ଏହି କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନେ ପାଖରେ ଥିବା କଟକ-କେନ୍ଦ୍ରାପଡା କେନାଲ କୁ ଯାଇଥିଲେ | ଗଣେଶ ବିସର୍ଜନ ସମୟରେ ତିନି ଜଣ ଛାତ୍ର ଭାରସାମ୍ୟ ହରାଇ ପାଣି ଭିତରକୁ ଚାଲିଯାଇ ଥିଲେ। ସେଥିମଧ୍ୟରୁ ଦୁଇ ଜଣ କୈାଶଳ କ୍ରମେ କୂଳକୁ ଆସିଥିବା ବେଳେ ଅନ୍ୟ ଜଣେ କେନାଲ ମଝିକୁ ଚାଲି ଯାଇଥିଲେ। କେନାଲ ମଝି ପାଣି ରେ ଉବୁଟୁବୁ ହେଉଥିବା ଛାତ୍ର ହେଲେ ଆଶୁତୋଷ ପୁହାଣ। ବିସର୍ଜନ କରିବାକୁ ଯାଇଥିବା ଛାତ୍ରଛାତ୍ରୀ ମାନେ ବୁଡ଼ି ଯାଉଥିବା ଛାତ୍ର କୁ ବଞ୍ଚାଅ ବୋଲି ଚିତ୍କାର କରୁଥିବା ଶୁଣି ସ୍ଥାନୀୟ ଯୁବକ ଅକ୍ଷୟ ସିଂହ ନାମକ ହଠାତ୍ ବଢିଲା କେନାଲ୍ ପାଣି ଭିତରକୁ ଡେଇଁ ପହଁରି ପହଁରି ଛାତ୍ର ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉପସ୍ଥିତ ବୁଦ୍ଧି ଯୋଗୁଁ ଯୁବକ ଜଣକ ଛାତ୍ର ଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ। ବଡ଼ କଥା ହେଲା ଏଠାରେ କୋଚିଂ ସେଣ୍ଟର କୈାଣସି କତୃପକ୍ଷ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା କୁ ପୁରା ଅଣଦେଖା କରିବା ଆଉ ଛାତ୍ରଛାତ୍ରୀ ମାନଙ୍କୁ ବିସର୍ଜନ ନାଁ ରେ ଜୀବନ କୁ ବିପଦ ମୁହଁ କୁ ଠେଲିଦେବା କୁ ନେଇ ନାପସନ୍ଦ କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା। ଏପଟେ ଛାତ୍ର ଙ୍କ ଜୀବନ ରକ୍ଷା କରିଥିବା ରୁ ଅକ୍ଷୟ ସିଂହ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି।

ନିଶ୍ଚିନ୍ତକୋଇଲି ରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡା ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *