ମୃତ ପରିବାରଙ୍କ ପାଖରେ ପହଁଚିଲେ ଯୁବନେତା

ଫୋକସ ପ୍ଲସ(ଖମାର)୨୫/୦୮/୨୦୨୨: ଗତ 22 ତାରିଖରେ ଖମାର ଥାନା ନିକଟସ୍ଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଟ୍ରକ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବାଇକ ଆରୋହୀଙ୍କର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ଘଟିଛି | ପ୍ରକାଶ ଯେ,ପାଲଲହଡା ବ୍ଲକ ବଡସଡ଼ା ପଂଚାୟତ ସାନସଡ଼ା ଗ୍ରାମର ଗଗନ ଗୋଛାୟତ (35) ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ | ଗତ ସୋମବାର ସକାଳେ ସେ ବାଇକ ଯୋଗେ ଖମାର ହସ୍ପିଟାଲ ଅଭିମୁଖେ ଆସୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା | ଟ୍ରକ ଧକ୍କାରେ ଗଗନଙ୍କ ବାଇକଟି ଭାଙ୍ଗିରୁଜି ଯାଉଥିବା ବେଳେ ଗଗନ କଚାଡି ହୋଇ ରାସ୍ତା ଉପରେ ପଡିଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖମାର ହସ୍ପିଟାଲରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଥିବାବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା | ଦୁର୍ଘଟଣା ଘଟାଇଥିବା ଟ୍ରକଟି ମହାରାଷ୍ଟ୍ର ରାଜ୍ୟ ହୋଇଥିବାବେଳେ ଓଡିଶାରେ ଏକ କମ୍ପାନୀରେ ଲୁହାପଥର ପରିବହନ କରୁଥିଲା ଅନ୍ୟପକ୍ଷରେ ମୃତ ଗଗନଙ୍କ ପରିବାରର ଜଣଙ୍କୁ ହସ୍ପିଟାଲରେଠିକା ନିଯୁକ୍ତି କରନ୍ତୁ ବୋଲି ଥାନା ସମ୍ମୁଖରେ ମର ଶରୀରକୁ ନେଇ ଧାରଣା ଦେଇଥିଲେ | ଏଭଳି ଦୁଃଖଦ ସମୟରେ ଗତକାଲି ସକାଳୁ, ଯୁବନେତା ଅବନୀକାନ୍ତ ସାହୁ ଗଗନଙ୍କ ବାସଗୃହ ସାନସଡ଼ା ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ କେମିତି ପରିବାର ଲୋକେ ଅସୁବିଧାରୁ ବଞ୍ଚିତ ରହିବେ ଆଲୋଚନା କରିଥିଲେ |

Leave a Reply

Your email address will not be published. Required fields are marked *