ମେକଅପ ଯୋଗୁଁ ହସପିଟାଲରେ ଭର୍ତ୍ତି ହେଲା କନିଆଁ

ଫୋକସ ପ୍ଲସ 4/3/23(ବ୍ୟୁରୋ): ଦର୍ଶକ ବନ୍ଧୁ ଆଜି କାଲି ବିବାହରେ କିଏ ବା ସୁନ୍ଦର ନ ଦେଖା ଯିବାକୁ ଚାହେଁ ? ଆଉ ନିଜ ବିବାହରେ ସବୁ ଝିଅ ଚାହାନ୍ତି ଅନ୍ୟ ମାନଙ୍କଠାରୁ ଅଲଗା ଦେଖା ଯିବା ପାଇଁ |ଆଉ ଏଥିପାଇଁ ସେମାନେ ନିଜ ମନ ପସନ୍ଦର ବ୍ରାଇଡାଲ ମେକଅପ ମଧ୍ୟ ନେଇଥାନ୍ତି | କିନ୍ତୁ ଏହି ମେକଅପ ହିଁ ସେମାନଙ୍କ ପାଇଁ ବିଭିନ ଅସୁବିଧା ସୃଷ୍ଟି କରେ ବୋଲି କେବେ ଭାବି ନଥାନ୍ତି | ତେବେ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏଠାରେ ସତର୍କ କରେଇବା ପାଇଁ ଚାଁହୁଛୁ | ଯଦି ପାର୍ଲର ଯାଉଛଂତି ତେବେ ଏବେଠାରୁ ସାବଧାନ୍ ହୋଇଯାଆନ୍ତୁ |ନହେଲେ ଆପଣଙ୍କ ସହ ମଧ୍ୟ ଏପରି ଘଟିପାରେ |ଘଟଣାଟି ହେଉଛି ଯେ ଜଣେ କନିଆ ନିଜର ମେକପାଇଁ ପାଇଁ ହସ୍ପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି | ଏହି ଘଟଣା କର୍ଣ୍ଣଟକର ହାସନ ଅଞ୍ଚଳରେ ଘଟିଥିବା ଜଣାପଡିଛି | ଆଉ ଏହି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।ଘଟଣାଟି ହେଉଛି ନିଜର ବିବାହ ଦିନ ମେକଅପ୍ କରାଇବାକୁ ଯାଇଥିଲା କନ୍ୟା । ହେଲେ ମେକଅପ୍ କରିବାର କିଛି ସମୟ ଭିତରେ ତା’ର ଚେହେରା ଏପରି ଭୟଙ୍କର ହୋଇଗଲା ଯେ, ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଗଲା । ଫଳରେ ବିବାହକୁ ସ୍ଥଗିତ ରଖାଯିବା ସହ ପାର୍ଲିର ମାଲିକଙ୍କୁ ଗିରଫ କରାଯାଇ ଜେରା ହୋଇଥିବା ଜଣାପଡିଛି ।ହାସନର ଅର୍ସିକେର ସହରରେ ଘଟିଥିବା ଏହି ଘଟଣା ଗତ ଶୁକ୍ରବାର ସାମ୍ନାକୁ ଆସିଛି। ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଜାଜୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଳେ । ସେ ୧୦ ଦିନ ତଳେ ସହରର ଗଙ୍ଗାଶ୍ରୀ ହର୍ବାଲ ବିଉଟି ପାର୍ଲର ଆଣ୍ଡ ସ୍ପାରେ ନିଜର ମେକଅପ୍ କରାଇଥିଲେ। ମେକଅପ୍ ପରେ ପୀଡ଼ିତାଙ୍କ ମୁହଁ ଫୁଲି ଯାଇଥିଲା। ଆଉ ଏଭଳି ଭୟଙ୍କର ଭାବେ ମୁହଁ ଦେଖାଯାଇଥିଲା | ତେବେ ଦର୍ଶକ ବନ୍ଧୁ ଆପଣ ମଧ୍ୟ ଏବେଠାରୁ ହୋଇଯାଆନ୍ତୁ ସାବଧାନ |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *