ମେଡିକାଲର ସମସ୍ୟା, ସି.ଡ଼ି.ଏମ.ଓ ଙ୍କୁ ଭେଟିଲେ ଜିଲ୍ଲାପରିଷଦ ଓ ବିକାଶ ମଞ୍ଚ ସଭାପତି

ଫୋକସ ପ୍ଲସ (ହାଟଡ଼ିହି)୨୩/୦୭/୨୦୨୨: ହାଟଡ଼ିହି ବ୍ଳକ ଅନ୍ତର୍ଗତ ଶାଳନିଆଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ହାଟଡ଼ିହି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ର ଡାକ୍ତର ସମସ୍ୟାକୁ ନେଇ କେନ୍ଦୁଝର ସି.ଡ଼ି.ଏମ.ଓ ଙ୍କ ସହ ଆଲୋଚନା କରିଛନ୍ତି ପୁର୍ବତନ ବିଜୁଜନତା ଦଳ ଜିଲ୍ଲାସଭାପତି ତଥା ୩୭ ନମ୍ବର ଯୋନ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ଓ ହାଟଡ଼ିହି ବିକାଶ ମଞ୍ଚ ସଭାପତି ନିତ୍ୟାନନ୍ଦ ପହୀ। ହାଟଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ କୌଣସି ଡାକ୍ତର ନଥିବା ବେଳେ ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୯ ଜଣ ଡାକ୍ତରରୁ ଜଣେ ଡାକ୍ତର ଥିବା ନେଇ ଜିଲ୍ଲାପରିଷଦ ବୈଠକରେ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପ୍ରଶ୍ନ ଉଠାଇବା ପରେ ଦୁଇ ଜଣ ଡାକ୍ତର ଙ୍କୁ ଦିଅ ଯାଇଥିଲା । ଅପରାହ୍ନ ୪ ଟା ପରେ ମେଡ଼ିକାଲ ରେ କୌଣସି ଡାକ୍ତର ରହୁ ନଥିବା ବେଳେ ଚଥୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଭାରସାରେ ମେଡ଼ିକାଲ ଚାଲିଥାଏ।ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କେନ୍ଦୁଝର, ଯାଜପୁର,ଭଦ୍ରକ ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି।ରାତ୍ରି ସମୟରେ କୌଣସି ସିରିଏସ ରୋଗୀ ମେଡ଼ିକାଲ କୁ ଗଲେ ଉପଖଣ୍ଡ ସ୍ତରୀୟ ମେଡ଼ିକାଲ କୁ ରେଫର କରିବା ସହ ଅନ୍ୟକୌଣସି ଚିକିତ୍ସା ନାହିଁ।ତୁରନ୍ତ ଏହାର ତଦନ୍ତ କରି ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହାଟଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର ଯୋଗାଇ ଦେବା ପାଇଁ ଜିଲ୍ଲାପରିଷଦ ସଦସ୍ୟ ବୀମ୍ବାଧର ବିଶ୍ୱାଳ, ହାଟଡ଼ିହି ବିକାଶମଞ୍ଚ ସଭାପତି ନିତ୍ୟାନନ୍ଦ ପହୀ ଓ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *