ମେଡିସିନ ଖାଇବା ପାଇଁ ସାହାଯ୍ୟ ମାଗୁଛନ୍ତି ରମେଶ

ଫୋକସ ପ୍ଲସ 11/6/23(ବ୍ୟୁରୋ): ହୁଇଲ ଚୈଆର ଓ ବିଛଣା ରେ ପଡ଼ିରହିଛି,ରମେଶ ଘରର ଏକ ମାତ୍ର ରୋଜକାରିଆ ପୁଅ, ପରିବାର କହିଲେ, ସ୍ୱାମୀ, ସ୍ତ୍ରୀ, ବଡ ଝିଅ, ସାନ ପୁଅ, ପେଟ ପୋଷିବା ପାଇଁ ବାହାର ରାଜ୍ୟରେ କାମ କରନ୍ତି, ଯାହା ଆଣନ୍ତି, ହସ ଖୁସିରେ ଚଳି ଯାଆନ୍ତି ରମେଶ ର ପରିବାର l ହେଲେ ଗୋଟିଏ ଦୃଘଟଣା ଆଣିଦେଲା ପରିବାର ର ମୋଡ ଅନ୍ଧକାର ପଡିରହିଲା ପରିବାର, ଏବେ ରୋଜାକାର ପୁଅ ବିଛଣାରେ ପଡି ରହିଥିବାରୁ ବହୁତ କଷ୍ଟ ରେ ଚଳୁଛି ପରିବାର, ଆମେ କହୁଚୁ ଆନନ୍ଦପୁର ବ୍ଲକ ମୋଚିନ୍ଦା ପଂଚାୟତ ମୋଚିନ୍ଦା ଗ୍ରାମର ରମେଶ ସେଠି ଘର ଚଳେଇ ବାକୁ ଯାଇ ଓଡିଶା ବାହାରେ ଦାଦନ ଖଟୁ ଥିଲେ, ମଝିରେ ମଝିରେ ଗ୍ରାମକୁ ଆସନ୍ତି ରମେଶ ଦିନେ ଠାକୁର ମୁଣ୍ଡା ଅଞ୍ଚଳ କୋଉଣଶୀ କରେ ଯାଇଥଲେ, ଫେରିବା ସମୟରେ ହଟାତ ତାକୁ ଆଗପଟୁ ଗାଡି ଧକା ଦେଲା ରମେଶ ତଳେ ପଡିଯାଇଥିଲେ,ଗାଡି ଟି ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ରମେଶ କୁ ସାଙ୍ଗେ ସାଙ୍ଗେ ନିକଟସ୍ତ ମେଡିକାଲକୁ ନେଇଥିଲେ ଅତି ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ, ସେଠି ଡକ୍ଟର କହିଲେ ତାର ମଝି ମେରୁଦଣ୍ଡ ମାଡ଼ ହୋଇଛି, ଓ ଗୋଢ ଭାଙ୍ଗିଯାଇଛି, ସେଠି କିଛି ଦିନ ଚିକିତ୍ସା ହେଲେ ଘରକୁ ଆଣିଲେ, ତାପରେ ବହୁତ ମେଡିକାଲ ଦେଖାଇ ଜମି ବାଡ଼ି ବିକ୍ରି କରି ସାରିଲେଣି, ତଥାପି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହାନ୍ତି, ରମେଶ ଏପଟେ ସରକାର ଅନୁଦାନରୁ 25କିଲୋ ଚାଉଳ ମିଳୁଛି, ତାହା ପରିବାର କୁ ନିଅଣ୍ଟ, ଔଷଧ ଖାଇବା ପାଇଁ କାକୁତି ମିନତୀ ହୋଇ ଗୁହାରି କରୁଛନ୍ତି, ଓଡିଶା ବସି ଓ ସରକାରଙ୍କୁ ଆମକୁ କିଛି ସାହାଯ୍ୟ କର,

Leave a Reply

Your email address will not be published. Required fields are marked *