ମୋଦିଙ୍କ ସହ ବିତର୍କ କରିବେ ଇମ୍ରାନ ଖାନ

ମୋଦିଙ୍କ ସହ ବିତର୍କ କରିବେ ଇମ୍ରାନ ଖାନ ..ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ସମାଧାନ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନରେନ୍ଦ୍ର ମୋଦୀଙ୍କ ସହ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି । ଏବେ ବି ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଛି। ସେ ଏହା ମଧ୍ୟ କହିଛନ୍ତି ଯଦି ଟିଭି ବିତର୍କ ମାଧ୍ୟମରେ ସମସ୍ୟାର ସମାଧାନ ହୁଏ ତେବେ ସେ ନରେନ୍ଦ୍ର ମୋଦୀଙ୍କ ସହ ବିତର୍କ କରିବାକୁ ମୁଁ ପସନ୍ଦ କରିବି। ତେବେ ଦୁଇ ଦେଶର ଲୋକଙ୍କ ପାଇଁ ଏହା ଫଳ ପ୍ରଦ ହେବ । ଇମ୍ରାନଙ୍କ ଏଭଳି ବୟାନ ଉପ‌ରେ ଭାରତ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହିଁ।ଏକ ସାକ୍ଷାତକାରରେ ରୁସିଆ ଗଣମାଧ୍ୟମକୁ କହିଛନ୍ତି ଯେ ୭୫ ବର୍ଷ ପୂର୍ବେ ସ୍ୱାଧୀନତା ହେବା ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ରହିଆସିଛି ଏବଂ ସେବେଠାରୁ ଏହି ଦୁଇ ଦେଶ ତିନୋଟି ଯୁଦ୍ଧ ମଧ୍ୟ ଲଢ଼ି ସାରିଛି।

Leave a Reply

Your email address will not be published. Required fields are marked *