ମୋ ଛୁଆକୁ କୁଆଡେ ନେଇଯାଉଛ ? ମୋ ଛୁଆକୁ ମତେ ଫେରାଇ ଦିଅ

ଫୋକସ ପ୍ଲସ(ବ୍ୟୁରୋ): ମୋ ଛୁଆକୁ କୁଆଡେ ନେଇଯାଉଛ ।ମୋ ଛୁଆକୁ ମତେ ଫେରାଇ ଦିଅ |ମୁଁ ତା ବିନା ବଞ୍ଚିପାରିବିନି |ଆରେ ମୁଁ ପଶୁ ହେଲେ ବି ମୁଁ ଗୋଟେ ମା, ପାଟି ଖୋଲି ଏସବୁ କହି ନପାରିଲେବି ମୋର ମନ କଥା ଟିକେ ବୁଝିବାକୁ ଚେଷ୍ଟା କର |ଆଜ୍ଞା ହଁ, କିଛି ଏମିତି କହିକହି ରାସ୍ତାରେ ନିଜ ଛୁଆ ପାଇଁ ଦୌଡୁଥିଲା ଜଣେ ମାଆ | ସେ ମଣିଷ ନୁହେଁ ସାମାନ୍ୟ ଗୋଟିଏ ଗାଈ ଯିଏ ପଶୁ ଜାତିରେ ଗଣା ହୁଏ, ଯିଏ କଥା କହିପାରେନି, ଯିଏ ନିଜ ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରି ପାରେନି | ହେଲେ ତା ଛୁଆ ପ୍ରତି ଥିବା ତାର ଅନାବିଳ ସ୍ନେହ ମଣିଷକୁ ଚିତ୍କାର କରି କହୁଥିଲା ରେ ମଣିଷ ମୋ ଠାରୁ କିଛି ଶିକ୍ଷା ଗ୍ରହଣ କର |ରାସ୍ତା ମଝିରେ କିଛି ଏମିତି ଦୃଶ୍ୟ ଯାହା ସମସ୍ତଙ୍କ ଆଖିରୁ ଲୁହ ନିଗାଡ଼ି ଦେଇଥିଲା | ଯାହା ମଣିଷ ଜାତିକୁ ଗୋଟିଏ ପଶୁର ଶିକ୍ଷା ଥିଲା |

ଆପଣ ମାନେ ଠିକ୍ ବୁଝିପାରୁଥିବେ। ଆମେ ଏଠି ଗୋଟେ ମାଆ ର ମମତା କଥା କହୁଛୁ ।ଏମିତି ଏକ ଦୃଶ୍ୟ ଯାହା ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି | ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ଵର ପଟିଆ ନିକଟରେ।ବାଛୁରୀଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ଶୁଣିବା ପରେ ଗୋ ସେବା ସଂଘର କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ବାଛୁରୀଟି କୁ ସ୍କୁଟିରେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟକୁ ନେଇଯାଉଥିଲେ । ହେଲେ ଗାଈ ଟି ଜାଣିପାରୁନି କେଉଁଆଡେ ତା ଛୁଆକୁ ନେଇଯାଉଛନ୍ତି ।ଆଊ କାହିଁକି ନେଇଯାଉଛନ୍ତି ।ସେ ବି ତା ଛୁଆ ପଛେପଛେ ଧାଇଁଚି । ଏ ଦୃଶ୍ୟ ଦେଖି ସମସ୍ତେ ଧର୍ଯ୍ୟହରା ହୋଇଗଲେ। ଶେଷରେ ଡାକ୍ତର ଙ୍କୁ ସେହି ଜାଗାକୁ ଡକେଇଲେ। ଦୁଃଖର ବିଷୟ ଡାକ୍ତର ବଞ୍ଚେଇପରିଲେନି ବାଛୁରୀର ଜୀବନ ।

ଶେଷରେ ସେ ଦୃଶ୍ୟ ଠାରୁ ଏ ଦୃଶ୍ୟ ଆହୁରି ଛତିଥରା। ବାଛୁରୀଟି ର ମରଶରୀରକୁ ଗାଡ଼ିରେ ନେଇଯାଉଛନ୍ତି। ଆଉ ଗାଇଟି ପଛରେ କାନ୍ଦିକାନ୍ଦି ଧାଇଁଛି । କେମିତି ବଞ୍ଚିବି ମୁଁ ତୋ ବିନା । ମୁହଁ ଖୋଲି କହି ନ ପାରିଲେ ବି ହୃଦୟଙ୍ଗମ ସମସ୍ତେ କରିପରୁଛନ୍ତିଁ। । ଆଜିର ସମାଜରେ ଏଭଳି ଦୃଶ୍ୟ ଦେଖିବା ସତରେ ସ୍ବପ୍ନ । କିନ୍ତୁ ବାସ୍ତବ ରୂପ ଦେଇଛି ଏହି ପଶୁଟି।ପରିଶେଷରେ କହିବି ମାଆ ସବୁଠୁ ଉର୍ଦ୍ଧ୍ବରେ। ସେ ମଣିଷ କ୍ଷେତ୍ରରେ ହେଉ କି ବା ପଶୁ କ୍ଷେତ୍ରରେ |

Leave a Reply

Your email address will not be published. Required fields are marked *