ମୌଳିକ ସୁବିଧା ରୁ ବଚିତ ଉପାନ୍ତ ଅଞ୍ଚଳ ଗ୍ରାମବାସି

ଫୋକସ ପ୍ଲସ(କାଶୀପୁର)୨୪/୦୮/୨୦୨୨: ସମଶ୍ୟା ଘେରରେ ଉପାନ୍ତ ଅଞ୍ଚଳ ବାସି , ସରକାର ଙ୍କ ମାଳ ମାଳ ଯୋଜନା କାହା ପାଇଁ , ଦୁର୍ଗମ ଇଲାକା ରେ କେବେ ପହଞ୍ଚିବ ମୌଳିକ ସୁବିଧା ? ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବଣ ପାହାଡ଼ ଘେରା ମାଣ୍ଡିବିସି ପଞ୍ଚାୟତର ଶେଷ ଗାଁ ଜଲାଖୁରା , ଏହି ଗାଁ ରେ ବସ ବାସ କରନ୍ତି 50 ରୁ ଉର୍ଦ୍ଧ ପରିବାର , କାଶୀପୁର ବ୍ଲକରୁ ମାତ୍ର 10 ରୁ 12 କିଲମିଟର ଦୂର ଜଲାଖୁରା , ଗାଁର ସମଶ୍ୟା ନ କହିବା ଭଲ ମୁଖ୍ୟତଃ ରାସ୍ତା, ପାନୀୟଜଳ, ଶିକ୍ଷା , ସ୍ୱାସ୍ଥ୍ୟ , ଇନ୍ଦିରା ଆବାସ ଗୃହ , ଅଙ୍ଗନବାଡି କେନ୍ଦ୍ର, ସୁବିଧା ନାହିଁ ସରକାର ଙ୍କ ନଜର ପଡ଼ିବ କେବେ ଏ ହଉଛି ଜଲାଖୁରା ଗ୍ରାମ ବାସୀଙ୍କ ବଡ଼ ପ୍ରଶ୍ନ ? ଏହି ଗ୍ରାମର ଶିକ୍ଷା କଥା କହିଲେ ପଞ୍ଚମ ଶ୍ରେଣୀରେ ହିଁ ଅଟକି ଯାଏ ଉଚ୍ଚ ଶିକ୍ଷା ନିମନ୍ତେ ଗ୍ରାମ ବାସୀଙ୍କ ପାଇଁ ସୁବିଧା ନାହିଁ l ଏହି ଗ୍ରାମର ବିକାଶ କଥା ଚିନ୍ତା କରିବେ କିଏ ? ପ୍ରଶାସନ ନା ରାଜନେତା , ଲୋକଙ୍କ ଠାରୁ ଭଟ ନେଲାବେଳେ ନେତା ଖୁଜିନେତା ମାଳ ମାଳ ଭୋଟ ହାତେଇଲା ପରେ ତାଙ୍କ ଦେଖା ମିଳେ ନାହିଁ l ଓଡିଶା ସରକାର ମାଆ କୁ ସନମାନ ଗାଁକୁ କାମ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଜଲାଖୁରା ଗ୍ରାମ ବାସିଙ୍କ ପାଇଁ ରଜଗାର ଓ ସରକାର ଜଯୋନା ଆସିବ କେବେ ? ଡ଼ଙ୍ଗର ଚାଷ ମାଣ୍ଡିଆ, ସୁଆଁ, କାନ୍ଦୁଲ ଓ ସିଆଡ଼ି ପତ୍ର ବିକ୍ରି କରି ପରିବାର ଚଳାଇ ଥାନ୍ତି l ପ୍ରଶାସନ ର ଦୃଷ୍ଟି କେବେ ପଡ଼ିବ ଦୁର୍ଗମ ଇଲାକା ଜଲାଖୁରା ଗ୍ରାମ ଉପରେ , ସରକାର ଙ୍କୁ ବିନତି କରିଛନ୍ତି ଆମଠାରୁ ଭୋଟ ନେଉଛ ଭୋଟ ମଧ୍ୟ ଦେଉଛୁ , ଆମକୁ କାହିଁକି ଅଣଦେଖା କରୁଛ ଆମେ ମଣିଷ ନାହିଁକି ଆମ କଥା ଟିକେ ଶୁଣ ଆମେ ଆଉ କେତେ ଦିନ ଏହିପରି ଭାବରେ ବଞ୍ଚିବୁ l

 

କାଶୀପୁର ବ୍ଲକ ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଳୋସ। |

Leave a Reply

Your email address will not be published. Required fields are marked *