ମ୍ୟାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ବିଭ୍ରାଟ ପ୍ରତିବାଦରେ ଏବିଭିପି ତରଫରୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ କୁଶ ପୁତ୍ତଳିକା ଦାହ ।

ନବରଙ୍ଗପୁର୨୭/୦୨/୨୦୨୪: ମ୍ୟାଟ୍ରିକ ପ୍ରଶ୍ନ ପତ୍ର ପ୍ରଘଟ ବିଭ୍ରାଟ ପ୍ରତିବାଦରେ ଏବିଭିପି ତରଫରୁ ନବରଙ୍ଗପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ମାଟ୍ରିକ ବୋର୍ଡ ପରୀକ୍ଷା ଛାତ୍ର ଛାତ୍ରୀ ଜୀବନର ମୁଖ୍ୟ ସୋପାନ ହୋଇଥିବା ବେଳେ ଏନେଇ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ପରୀକ୍ଷା କେନ୍ଦ୍ରକୁ ଯିବାର ଠିକ ଦୁଇ ଘଣ୍ଟା ପୂର୍ବରୁ ଦୁଇ ଦୁଇଟି ମୁଖ୍ୟ ବିଷୟ ରେ ପ୍ରଶ୍ନ ପତ୍ର ଲିକ ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଯାହା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମାନସିକ କ୍ଷେତ୍ରରେ ଗଭୀର ପ୍ରଭାବ ପକାଉଛି । କିନ୍ତୁ ରାଜ୍ୟ ସରକାର ଓ ଗଣ ଶିକ୍ଷା ମନ୍ତ୍ରୀ ବେଫିକର ହୋଇ ରହିଛନ୍ତି । ବର୍ତ୍ତମାନର ସରକାର ଅଧିନରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇଥିବା ଅଭିଯୋଗ କରିବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଇସ୍ତଫା ଦାବି କରି ନବରଙ୍ଗପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ କୁଶପୁତ୍ତଳିକା ଦାହ କରିଛନ୍ତି ନବରଙ୍ଗପୁର ଏବିଭିପିର କାର୍ଯ୍ୟକର୍ତା ।

Leave a Reply

Your email address will not be published. Required fields are marked *