ମୟୁର ଓ ମଣିଷ ର ନିଆରା ସମ୍ପର୍କ

ଫୋକସ ପ୍ଲସ 25/11/22 (ନରାଜ): ସେ ଆ କହିଲେ ଆସୁଛନ୍ତି ଜା କହିଲେ ଯାଉଛନ୍ତି I ଆଉ ଖାଇବାକୁ ଦେଲେ ହାତରୁ ଖାଉଛନ୍ତି I ମୟୁର ମାନଙ୍କର ଅନ୍ନଦାତା ସାଜିଥିବା ଏହି ମଣିଷ ଜଣଙ୍କ ହେଉଛନ୍ତି ପଚିଶି ବର୍ଷୀୟ କାହ୍ନୁ ବେହେରା I ଯାହାଙ୍କ ଘର ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରାଜ ଅଞ୍ଚଳର I ଯିଏ ସକାଳୁ ସଂଜ ରୁହନ୍ତି ମୟୁର ମାନଙ୍କ ସହିତ I ଆଉ ଲାଗିଯାଇଥାନ୍ତି ମୟୁର ମାନଙ୍କ ସେବାରେ I ତାଙ୍କ ଡାକରାରେ ମୟୁର ଆସନ୍ତି I ଆଉ ସେହି ଯୁବକ ଜଣଙ୍କୁ ଦେଖିଲେ ମୟୁର ନିଜର ପୂଛ ମେଲାଇ ନାଚ କରନ୍ତି I ମୟୁର ଓ ମଣିଷ ର ଏହି ନିଆରା ସମ୍ପର୍କ କୁ ଦେଖିବାକୁ ନରାଜ ଅଞ୍ଚଳରେ ଲାଗିଥାଏ ବାଟୋଇ ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିବାସୀ ଓ ଦେଖେଣାହାରିଙ୍କ ଭିଡ଼ I ସୂଚନା ଥାଉକି ଜେଜେଙ୍କ ଦେହାନ୍ତ ପରେ ଯୁବକ ଜଣଙ୍କ ନିଜର ସମସ୍ତ ସମୟ ମୟୁର ମାନଙ୍କ ସହିତ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମସ୍ତ ସମୟ ଦେଇ ବିତାଇବେ ବୋଲି ନିଜର ମନ ସ୍ଥିର କରିଛନ୍ତି I ପୂର୍ବରୁ ତାଙ୍କ ଜେଜେ କରୁଥିଲେ ଏହି ଜଙ୍ଗଲୀ ମୟୁର ମାନଙ୍କ ସେବା I ଏବେ ନାତି ଦୀର୍ଘ ୫ ବର୍ଷ ଧରି କରୁଛନ୍ତି ମୟୁର ମାନଙ୍କ ଦେଖାଶୁଣା Iଏବେ ମୟୁର ମାନଙ୍କ ସ୍ନେହ ଓ ତାଙ୍କ ର ସେବା କରୁକରୁ ଏବେ ଛୋଟ ବଡ଼ କୀ ମୟୁର ମାନଙ୍କ ସଂଖ୍ୟ ପହଁଚି ସାରିଛି ୧୫୨ I ଯୁବକ ଜଣଙ୍କ ଏହି ମୟୁର ମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଈଁ ଖର୍ଚ୍ଚ କରନ୍ତି ପ୍ରତ୍ୟକ ଦିନ ଏକ ହଜାର ଟଙ୍କା I ସେପଟେ ମୟୁର ମାନଙ୍କୁ ଖାଦ୍ୟ ଯୋଗାଇ ପାଈଁ ଯେଉଁ ଆର୍ଥି ଖର୍ଚ୍ଚ ହୋଇଥାଏ ତାହା ମିଳିଯାଇଥାଏ ଦେଖେଣାଙ୍କ ନିକଟରୁ ବୋଲି କୁହନ୍ତି ଯୁବକ କାହ୍ନୁ ବେହେରା I ଜୀବନର ଶେଷ ବିନ୍ଦୁ ଟିକିକ ଥିବା ପର୍ଯ୍ୟନ୍ତ ଏହି ଭଳି ମୟୁର ମାନଙ୍କ ସେବା କରିଚାଲିବେ ବୋଲି କହିଛନ୍ତି ମୟୁର ପ୍ରେମୀ କାହ୍ନୁ I

Leave a Reply

Your email address will not be published. Required fields are marked *