ମୟୂରଭଞ୍ଜ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ।

ମୟୂରଭଞ୍ଜ ୨୧/୦୨/୨୦୨୪: କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଷ ଠାକରେ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଉପସ୍ଥିତ ରହି ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ କରିଥିଲେ।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, କରଞ୍ଜିଆ ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସିକା ଦେବଯାନୀ ଭୁୟାଁ, ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାଶ, ଉପଖଣ୍ଡ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ନୋଡାଲ ଅଧିକାରୀ ନିହାର ରଞ୍ଜନ ସେଠୀ ତଥା ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ସହକାରୀ ଅନ୍ୟ ଉପସ୍ଥିତ ଅଧିକାରୀ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ବେଦବ୍ୟାସ ଭୋଇ ସହକାରୀ ଜିଲ୍ଲାପାଳ ରଶ୍ମୀତା ଜେନା,କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ସମସ୍ତ ବିଡ଼ିଓ, ତହସିଲଦାର,କରଞ୍ଜିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ଦଳେଇ, ରରୁଆଁ ବିଇଓ ସୁରେଶ ଚନ୍ଦ୍ର ମୁଣ୍ଡା, ଠାକୁରମୁଣ୍ଡା ବିଇଓ ରାମଚନ୍ଦ୍ର ନାଏକ, ଯଶିପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିଲୋଚନ ନାଏକ,କରଞ୍ଜିଆ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ଅନିତା ସିଂ, କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ, ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପାର୍ଥ ସାରଥି ଦାସ ଓ ଏସଡିଓ ସୈ|ରା°ଶୁ ପରିଡ଼ା ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୧୨୧ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୨୦ ଟି ଦଳୀୟ ଏବଂ ୧୦୧ ଟି ଏକକ ଅଭିଯୋଗ ରହିଥିବା ଜଣାପଡିଛି।ସମସ୍ତ ଅଭିଯୋଗ ଗୁଡ଼ିକୁ ଶୁଣିବା ପରେ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଫିସର ଦିନେଶ କୁମାର ସାହୁ ଓ ଧିରେନ ଚନ୍ଦ୍ର ଭୋଇ,ଦିଲ୍ଲୀପ କୁମାର ପଲେଇ,ସୋମେଶ ମହାନ୍ତ, କନକଲତା ପୁର୍ତ୍ତି,ଲିପ୍ସା ସେଠୀ, ଯୁଧିଷ୍ଠିର ମହାନ୍ତ,ବିଶାଲ ବିବେକ ବାରିକ୍,ଜବାମଣୀ ହେମ୍ବ୍ରମ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ। ତେବେ ଆଗକୁ ଖରା ଦିନ ଆସୁଥିବାରୁ ଏହି ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ସମୟରେ ଅଭିଯୋଗକାରୀଙ୍କ ପାନୀୟ ଜଳ ଓ ପ୍ରତିକ୍ଷା ପାଇଁ ସ୍ଥାନର ବ୍ୟବସ୍ଥା କରିବା ପାଇଁ ବହୁ ଅଭିଯୋଗକାରୀ ପ୍ରଶାସନକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *