ଯକୃତ ନ ମିଳିବାରୁ ଆରପାରିକୁ ଚାଲିଗଲେ ପିଣ୍ଟୁ

ଫୋକସ ପ୍ଲସ 2/3/23(ବ୍ୟୁରୋ):ଆରପାରିରେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ | ଏହି ଖବର ସାରା ଓଲିଉଡ଼ ଜଗତରେ ଶୋକର ଛାୟା ଖେଳାଇ ଦେଇଛି | ପୁରା ଓଡିଶା ଏବେ ପିଣ୍ଟୁଙ୍କୁ ଝୁରି ହେଉଛି | ଜଣେ ଦକ୍ଷ କଳାକାରକୁ ହରାଇ ଓଲିଉଡ଼ ଜଗତ ଏବେ ଠପ ହୋଇପଡ଼ିଛି | ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ମୃତ୍ୟ ହୋଇଥିଲା | ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା।

ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡୋନର ମିଳିଥିଲେ ମଧ୍ୟ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହୋଇ ପାରି ନଥିଲା । ଶେଷରେ ଏ ଦୁନିଆକୁ ସବୁଦିନ ପାଇଁ ଛାଡି ଚାଲିଗଲେ ଅଭିନେତା ପିଣ୍ଟୁ | ତେବେ ଦର୍ଶକ ବନ୍ଧୁ କାହିଁକି ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିନଥିଲା ,ଆଉ ଯକୃତ ପ୍ରତିରୋପଣ ପାଇଁ କେଉଁ କେଉଁ ନିୟମ ରହିଛି ସେ ବିଷୟରେ ମଧ୍ୟ ଆପଣ ମାନେ ଜାଣିବା ଉଚିତ – ସୂଚନା ଅନୁସାରେ ପିଣ୍ଡୁଙ୍କ ଯକୃତ ସଂପୁର୍ଣ ଭାବେ ନଷ୍ଟ ହୋଇଯାଇଥିଲା | ଆଉ ଏଥିପାଇଁ ତାଙ୍କୁ ବହୁ କଳାକାର ଏବଂ ଓଡିଶା ବାସୀ ସହଯୋଗର ହାତ ମଧ୍ୟ ବଢାଇଥିଲେ | କିନ୍ତୁ ଏଠି ଜାଣି ରଖିବା ଉଚିତ ଯେ ଯକୃତ ପ୍ରତିରୋପଣ ପାଇଁ କଣ କଣ ନିୟମ ସବୁ ରହିଛି – ଯକୃତ ଦାତା 18 ରୁ 55 ବର୍ଷ ବୟସର ହୋଇଥିବେ ଏବଂ ସେ ସୁସ୍ଥ ସବଳ ଥିବେ |ତାଙ୍କ ଠାରେ କୌଣସି ମେଦ ବହୁଳତା ନଥିବ | ତାଙ୍କର ଓଜନ 50 ରୁ 85 କିଲୋଗ୍ରାମ ମଧ୍ୟରେ ହୋଇଥିବ |

ଯକୃତ ଗ୍ରହୀତାଙ୍କ ବ୍ଲଡ଼ ଗ୍ରୁପ ସହ ସମାନ ହୋଇଥିବା ବା o ପଜିଟିଭ ହୋଇଥିବା | ତାଙ୍କର କିଡ୍ନୀ ଏବଂ ଲିଭର ସଠିକ ଭାବରେ କାମ କରୁଥିବ | ତେବେ ଯକୃତ ଦାତାଙ୍କ ଏଥିରେ ବ୍ଲଡ଼ ଟେଷ୍ଟ କରାଯାଏ | ଟେଷ୍ଟ ଏକ୍ସରେ ସିଟି ସ୍କାନ କରାଯାଏ | ଇଲେକ୍ଟ୍ରୋକାର୍ଡିଓଗ୍ରାମ କରାଯାଏ ଏବଂ ଟିସୁ ମ୍ୟାଚିଂ କରାଯାଏ | ଏହି ସବୁ ନିୟମରେ ହିଁ ଲିଭର ପ୍ରତିରୋପଣ କରାଯାଇଥାଏ | ତେବେ ଦର୍ଶକ ବନ୍ଧୁ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ସମ୍ପୂର୍ଣ ଭାବେ ସୁସ୍ଥ ରହିବାକୁ ପଡ଼ିଥାଏ | ଲିଭର ଆମ ଶରୀରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ସଠିକ ହଜମ ପ୍ରକ୍ରିୟା ,ମେଟାବୋଲିଜିମ ବିଷାକ୍ତ ପଦାର୍ଥ ଅପସାରଣ ଏବଂ ପୁଷ୍ଟିକର ସରାଙ୍ଖ୍ୟନରେ ଲିଭର ସାହାଯ୍ୟ କରିଥାଏ | ଯକୃତ ବିନା ବଂଚିବା ଅସମ୍ଭବ | ତେବେ ଦର୍ଶକ ବନ୍ଧୁ ଆମ ଶରୀରକୁ ଆମେ ସର୍ବଦା ସୁସ୍ଥ ରଖିବା ଉଚିତ | ଖାଦ୍ୟ ପାନୀୟ ପ୍ରତି ସବୁବେଳେ ଧ୍ୟାନ ଦେବା ଉଚିତ | ଜୀବନରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଶରୀରକୁ ଧ୍ୟାନ ରଖିବା ଉଚିତ |

Leave a Reply

Your email address will not be published. Required fields are marked *