ଫୋକସ ପ୍ଲସ(ନୀଳଗିରି)04/08/2022: ସମାଜରେ ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ। କିନ୍ତୁ ଏହି ଦ୍ଵିତୀୟ ଭଗବାନ ରୂପୀ ଡାକ୍ତରଙ୍କ ହିନ କାର୍ଯ୍ୟକଳାପ ଦେଖିବlକୁ ମିଳିଛି, ବାଲେଶ୍ୱର ଜିଲ୍ଲା, ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ l ରାଜ୍ୟ ଓ କେନ୍ଦ୍ର ସରକାର ରୋଗୀ ସେବା ପାଇଁ ବହୁ ଯୋଜନା କରିଛନ୍ତି। କିନ୍ତୁ ଏହାର ସଠିକ ଭାବେ ପାଳନ କରାଯାଉ ନାହିଁ l ସୂଚନା ମୁତାବକ, ନୀଳଗିରି ବ୍ଲକ ଅଧୀନ ବେଗୁନିଆ ଗ୍ରାମର ରାମଚନ୍ଦ୍ର ପଲେଇଙ୍କ ସ୍ତ୍ରୀ ମିନତୀ ଗର୍ଭବତୀ ଥିଲେ l ଆଜି ମିନତୀଙ୍କ ଗର୍ଭଯନ୍ତ୍ରଣା ହେବା ପରେ, ଘରଲୋକ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆଣୁଥିବା ସମୟରେ, ଅଧା ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟରେ ପ୍ରସବ ହୋଇଯାଇଥିଲା l ପ୍ରସବ ପରେ, ମିନତୀଙ୍କୁ ଅତ୍ୟଧିକ ଯନ୍ତ୍ରଣା ହେବା ସହିତ, ପ୍ରଚୁର ରକ୍ତସ୍ରାବ ହୋଇଥିଲା l ପରିବାରଲୋକ ଓ ସମ୍ପର୍କୀୟମାନେ ଓ ଆଶା ମିନତୀକୁ ନୀଳଗିରି ଡାକ୍ତରଖାନାକୁ ନେଇ ଆସିଥିଲେ l କିନ୍ତୁ କାର୍ଯ୍ୟରତ ଥିବା ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ, ଡାକ୍ତରଖାନା ୱାର୍ଡ ମଧ୍ୟକୁ ପଶିବାକୁ ବlରଣ କରିବା ସହିତ, ରୋଗୀ ନେଇ ଆସିଥିବା ଆଶା ଓ ସମ୍ପର୍କୀୟ ଏବଂ ପରିବାରବର୍ଗ ଙ୍କୁ ଦୁର୍ବ୍ୟବହାର କରିବା ସଙ୍ଗେ ସଙ୍ଗେ, ରୋଗୀକୁ ଚିକିତ୍ସା କରିନଥିଲେ l ଯାଫଳରେ ଚିକିତ୍ସା ଅଭାବରୁ ଦୀର୍ଘ ୨ଘଣ୍ଟା ରୁ ଅଧିକ ସମୟ ଧରି, ରୋଗୀଙ୍କ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ମିନତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା l ମାତ୍ର ନିର୍ଦ୍ଦୟ ଡାକ୍ତର ଚିକିତ୍ସା କରିବା ବଦଳରେ, ରୋଗୀଙ୍କ ସମସ୍ତ କାଗଜପତ୍ର ଓ ଟେଷ୍ଟ ରିପୋର୍ଟ ନ ଦେଖାଇଲେ ଚିକିତ୍ସା କରିବେ ନାହିଁ ବୋଲି କହିବା ସହିତ, ଡାକ୍ତରଖାନାରୁ ଚାଲି ଯିବାକୁ କହିଥିଲେ। ଉକ୍ତ ଡାକ୍ତର ତ୍ରିନାଥ ପାଲ ବୋଲି କହିଛନ୍ତି ପରିବାର ଓ ସମ୍ପର୍କୀୟ ମାନେ l ଏହି ଖବର ପ୍ରଚାରିତ ହେବା ପରେ, ସ୍ଥାନୀୟ ଅଞ୍ଚଳବlସୀ ଓ ରୋଗୀ ଙ୍କ ସମ୍ପର୍କୀୟ ଏବଂ ପରିବାରବର୍ଗ ଡାକ୍ତରଖାନା ପରିସରରେ ପ୍ରବଳ ପାଟିତୁଣ୍ଡ କରିଥିଲେ l ପରିସ୍ଥିତି ଅଣାୟତ୍ତ ହେବାରୁ, ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତର ସୁଧାଂଶୁ ଶେଖର ପରିଡା , ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ସହିତ, ରୋଗୀକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ l ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା କମିଥିଲା l କିନ୍ତୁ ଜଣେ ଗୁରୁତର ରୋଗୀଙ୍କ ପ୍ରତି, ଡାକ୍ତରଙ୍କ ଏଭଳି ବ୍ୟବହାର ଓ କାର୍ଯ୍ୟଶୈଳୀ କୁ ସ୍ଥାନୀୟ ଅଞ୍ଚଳ ବାସୀ ନିନ୍ଦା କରିଛନ୍ତି l ଅନ୍ୟ ପକ୍ଷରେ ଆଶାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଡାକ୍ତର ଶ୍ରୀ ପାଲ l