ଫୋକସ ପ୍ଲସ(ସିମୁଳିଆ)୦୯ /୦୮/୨୦୨୨: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗାଁରେ ଜଣେ ବିବାହିତ ମହିଳାଙ୍କ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ଅଭିଯୋଗ ଅନୁଯାୟୀ, ଶ୍ୟାମଶୁନ୍ଦରପୁର ଗାଁର ସଞ୍ଜୟ ରାଉଳଙ୍କ ପତ୍ନୀ ମୀନାକ୍ଷୀ ବିଶ୍ବାଳଙ୍କ ମୃତଦେହ ରୋଷେଇଘରେ ଏକ ଫ୍ୟାନରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ।ପରେ ଖଇରା ପୋଲିସକୁ ଖବର ଦେଇଥିଲେ,ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡିକଳୁ ପଠାଇଛି।ମୀନାକ୍ଷୀ ସୋରରେ ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିବାବେଳେ ସେ ସୋରରେ ଏକ ଭଡାଘର ନେଇ ରହୁଥିଲେ। ତାଙ୍କ ସ୍ୱାମୀ ସଞ୍ଜୟ ଜାମୁରେ ଆର୍ମିରେ ଚାକିରୀ କରନ୍ତି। ଖନ୍ତାପଡ଼ା ଥାନା କସବାଜୟପୁର ଗାଁର ସମ୍ବୁନାଥ ବିଶ୍ବାଳଙ୍କ ଝିଅ ମିନାକ୍ଷୀ |ତାଙ୍କର ୬ବର୍ଷ ପୂର୍ବେ ବାହାଘର ହୋଇଥିଲା।ମୀନାକ୍ଷୀ ସୋରରୁ ଗତକାଲି ସନ୍ଧ୍ୟାରେ ଘରକୁ ଆସିଥିବାବେଳେ ସ୍ୱାମୀ ଏବେ ଜାମୁରେ ଅଛନ୍ତି।ଘରେ ମିନାକ୍ଷୀଙ୍କ ଶାଶୁ ଏବଂ ଯା ରହିଥିବାବେଳେ ଏଭଳି ଘଟଣା ଘଟିଛି।ମିନାକ୍ଷୀଙ୍କ ମୃତଦେହ ପାଖରେ ଏକ ସୁଇସାଇଡ ନୋଟ ମିଳିଥିବା ବେଳେ ସେ ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସହିତ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେଥିରେ ଲେଖିଛନ୍ତି।ପୋଲିସ ସୁଇସାଇଡ ନୋଟ ଜବତ କରି ଅଧିକ ତଦନ୍ତ ଚଳାଇଛି।
ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |