ଯବାନଙ୍କର ଦୁର୍ଘଟଣାରେ ମୃତ୍ୟୁ,ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପୂର୍ଣ୍ଣ

ଫୋକସ ପ୍ଲସ (ଠାକୁରମୁଣ୍ଡା): ଯବାନଙ୍କର ଦୁର୍ଘଟଣାରେ ମୃତ୍ୟୁ , ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପୂର୍ଣ୍ଣ । ଗତ୫ ତାରିଖ ଦିନ ୫୩ ନମ୍ବର ରାଜ୍ୟ ରାଜପଥର କରଞ୍ଜିଆ ଥାନା ଅନ୍ତର୍ଗତ ହାତୀଦାଣ୍ଡି ଗ୍ରାମଜଙ୍ଗଲ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ BSF ଯବାନ। ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା, ଯାହା ଫଳରେ ମୃତ୍ୟୁ ଯବାନଙ୍କ ପୈତୃକ ଗ୍ରାମ ଦୁମ୍ବୀସାହିରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଜଣାଇବାପରେ ଗାଁ ମଶାଣିରେ ଶେଷକୃତ ସମ୍ପୂର୍ଣ୍ଣ ହଇଥିଲା । ସେ ଦୁର୍ଗା ପୂଜା ଉପଲକ୍ଷେ ଗାଁକୁ ଛୁଟିରେ ଆସି ଏପରି ଦୁର୍ଘଟଣାର ଶିକାର ହଇ ମୃତ୍ୟୁ ବରଣ କରିଥିଲେ। ଆଉ ଗତକାଲି ବିଳମ୍ବିତ ରାତିରେ BSF ଯବାନ ରାମଚନ୍ଦ୍ର ସୋୟଙ୍କ ମର ଶରୀର କେରକେରା ଗ୍ରାମପଞ୍ଚାୟତ ଦୁମ୍ବିସାହିରେ ପହଂଚିବା ପରେ କରଞ୍ଜିଆ ପୋଲିସ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସଂମାନ ଦିଆ ଯାଇଥିଲା ।

କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଶେଷ ଦର୍ଶନ କରି ତାଙ୍କୁ ରାଷ୍ଟ୍ରୀୟ ସଂମାନ ଜଣାଇଥିଲେ ।ସେହିପରି BSF ଯବାନଙ୍କୁ ଶେଷ ଦର୍ଶନ ପାଇଁ ସ୍ଥାନୀୟ ସମିତି ସଭ୍ୟ ଜୁଆଲ ମୁଣ୍ଡା ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।ଶେଷରେ ତାଙ୍କୁ ଗାଁ ମଶାଣିରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।ସେ ବର୍ତ୍ତମାନ ଜାମୁରେ କାର୍ଯ୍ୟରତ ଥାଇ ଦୁର୍ଗା ପୂଜା ଛୁଟିରେ ଗାଁକୁ ଆସି ଏପରି ଦୁର୍ଘଟଣାର ଶିକାର ହଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇ ଜଣ ସ୍ତ୍ରୀ ଏବଂ ତିନିଟି ସନ୍ତାନ ଥିବା ବେଳେ ତାଙ୍କୁ ସମସ୍ତ ସରକାରୀ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ଠାକୁରମୁଣ୍ଡାରୁ ବସନ୍ତ କୁମାର ସୋରେନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *