ଯାଜପୁରରେ ଭିର୍ଣ୍ଣ ଏକ ନଗଡା

ଫୋକସ ପ୍ଲସ(କୋରାଇ)୨୯/୦୮/୨୦୨୨: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଦିଗରେ ଗରିବ ଆଦିବାସୀ ଲୋକ ମାନଂକର ବିକାଶ କରିଥିବା ଡିଣ୍ଡିମ ପିଟୁଥିବା ବେଳେ, ଏଠି ବିକାଶ ହେଉଛି କିଛି ସରକାରୀ ଛତ୍ର ଛାୟା ତଳେ ଥିବା କୁଜି ନେତାଙ୍କର ଓ କିଛି ଅସାଧୁ କର୍ମଚାରୀ ଙ୍କର,ଗରିବ ଆଦିବାସୀ ଟିଏ ଆଜି ବି ତାର ଜୀବନ ଧାରଣ ମାନ ର ଉର୍ନତି ହୋଇନାହିଁ, ଆଜି ବି ଏହି ଆଦିବାସୀ ପିଲାମାନେ ମାନେ ଏଠି ଦିନରେ ଗଣ୍ଡେ ଖାଇବାକୁ, ଖଣ୍ଡେ ପିନ୍ଧିବାକୁ ପାଉ ନାହାନ୍ତି,ଫଳରେ ଛୋଟ ଛୋଟ ପିଲାମାନେ ଅପପୃଷ୍ଟି ରୋଗ ରେ ଶିକାର ହୋଇ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି,ପାଠ ପଢା କଥା ଓ ସ୍ୱାସ୍ଥ୍ୟ କଥା ପଚାରେ କିଏ, ଆପଣ ଭାବୁଥିବେ ଏହା କୋଉ କୋରାପୁଟ, ମାଲକାନଗିରି ଅଂଚଳ ବୋଧେ ହୋଇଥିବ, ନାହିଁ ଆଜ୍ଞ୍ୟା ଆମେ କହୁଛୁ ରାଜ୍ୟର ବିକାଶ ର ବାର୍ତା ବହନ କରୁଥିବା ଯାଜପୁର ଜିଲ୍ଲା ର କୋରାଇ ବ୍ଲକର ପଥରପଦା ପଞ୍ଚାୟତ ର ବେଙ୍ଗା ଆଦିବାସୀ ସାହି ର କଥା, ଏହି ଆଦିବାସୀ ସାହି ଟି ପାଣିକୋଇଲି ଠାରୁ ପ୍ରାୟ 1 କିଲୋମିଟର ଦୁର ଓ ଏହା ପଥରପଦା ପଞ୍ଚାୟତ କାର୍ଯ୍ୟାଳୟ କୁ ଲାଗିଛି,ଏହି ସାହି ରେ ପାଖା ପାଖି 70-80 ଟି ଆଦିବାସୀ ପରିବାର ବହୁ ବର୍ଷ ଧରି ରହି ଆସୁଛନ୍ତି, କିନ୍ତୁ ଦୁଃଖ ର ବିଷୟ , ସରକାରୀ ବାବୁ ମାନଙ୍କର ଶୁଭ ଦୃଷ୍ଟି ଏପର୍ଯ୍ୟନ୍ତ ଏମାନଂକ ଉପରେ ପଡିନି. ଆଜି ବି ଏହି ସାହି କୁ ଖଣ୍ଡେ ରାସ୍ତା ନାହିଁ, ଲୋକ ମାନେ କାଦୁଅ ରେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ଭୋଗ କରୁଛନ୍ତି, ସାହି ରେ ଅଧିକାଂଶ ଲୋକଙ୍କର ରାସନ କାର୍ଡ ନାହିଁ, ଜମି ପଟା ନାହିଁ, ଏମିତିବି ଏମାନଙ୍କ ମଧ୍ୟରୁ ଅନେକଙ୍କ ନିଜର ଆଧାର କାର୍ଡ ମଧ୍ୟ ନାହିଁ, ଫଳରେ ଏହି ନିରୀହ ଆଦିବାସୀ ମାନେ କୌଣସି ଯୋଜନା ର ସୁଫଳ ପାଇପାରୁ ନାହାନ୍ତି |

ଛୋଟ ଛୋଟ ପିଲା, ଗର୍ଭବତୀ ମା ମାନେ ଶିଶୁ ସମ୍ୱନ୍ୱିତ ବିକାଶ ଯୋଜନା ର କୌଣସି ଲାଭ ପାଉ ନାହଁନ୍ତି, ଫଳରେ ଛୋଟ ଛୋଟ ପିଲାମାନେ ବର୍ତମାନ ଅପପୃଷ୍ଟି ର ଶିକାର ହୋଇ ବିଭିନ୍ନ ପ୍ରକାର ରୋଗ ପୀଡିତ, ସ୍ୱାସ୍ଥ୍ୟ ବିଭାଗ ସଚେତନତା ଅଭାବ ଏବଂ ଦରିଦ୍ରତା କାରଣ ରୁ ଏହି ଆଦିବାସୀ ମାନେ ଅଖାଦ୍ୟ ଖାଇ ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଛନ୍ତି, ଦେଖିବାକୁ ବାକି ରହିଲା କେବେ ସରକାରୀ ବାବୁ ଓ ଧୋବ ଫରଫର ନେତା ମାନଙ୍କର ଶୁଭ ଦୃଷ୍ଟି ଏହି ସାହି ଉପରେ ପଡିବ, ଏହି ଗରିବ, ନିରୀହ ଆଦିବାସୀ ମାନଙ୍କର ଜୀବନ ଧାରଣ ମାନ ର ଉର୍ନତି ଆସିବ |

କୋରାଇ ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *