ଯାତାୟାତ ପାଇଁ ଲୋକେ ହେଉଛିନ୍ତି ହନ୍ତସନ୍ତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ନାହିଁ ସ୍ଥାଇ ବସଷ୍ଟାଣ୍ଡ ଲୋକେ ପ୍ରତିଦିନ ହେଉଛନ୍ତି ହନ୍ତସନ୍ତ l ଜରାଜୀର୍ଣ ଅବସ୍ଥା ରେ ପ୍ରତୀକ୍ଷାଲୟ ଥିବାରୁ ଯାତ୍ରୀ ମାନେ ଅନ୍ୟ ଲୋକଙ୍କ ଦୋକାନ ବାରଣ୍ଡା ରେ ଆଶ୍ରୟ ନେଉଛନ୍ତି l ଏବଂ ସବୁ ଜାଣିଶୁଣି ପ୍ରଶାସନ ସାଜିଛି ଦେଖଣା ହାରି  ଏ ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ମୁଖ୍ୟ ବସଷ୍ଟାଣ୍ଡ l ଆଉ ଏହି ବସଷ୍ଟାଣ୍ଡ ଉପରେ ପ୍ରତିଦିନ ନିର୍ଭର କରନ୍ତି ହଜାର ହଜାର ଯାତ୍ରୀ ରେଙ୍ଗାଲି ବ୍ଲକ କୁ ଦୂର ଦୁରାନ୍ତ ଗାଁ ଠୁ ଲୋକେ ବିଭିନ୍ନ କାମ ପାଇଁ ଆସିଥାନ୍ତି ,ରେଙ୍ଗାଲି ରେ ଶିକ୍ଷା ବିଭାଗ, ସ୍ୱସ୍ତ୍ୟ ବିଭାଗ , ବ୍ଲକ ବିଭିନ୍ନ ପ୍ରକାର ବିଭାଗ ଥିବାରୁ ପ୍ରତିଦିନ ହଜାର ହଜାର ଲୋକେ ଆସନ୍ତି ଏହି ବସ ଯୋଗେ l ସାଧାରଣ ଲୋକେ ତ ଆସନ୍ତି ହେଲେ ପ୍ରତିଦିନ ନାନା ସମସ୍ୟା ଦେଇ ଗତି କରୁଛନ୍ତି ସାଧାରଣ ଜନତା l ନାହିଁ ସାର୍ବଜନୀନ ଶୌଚାଳୟ, ପରିସ୍ରାଗାର ନାହିଁ ଠିକ ସେ ଯାତ୍ରୀ ଆଶ୍ରୟ ସ୍ଥଳୀ ନାହିଁ l ତେଣୁ ମହିଳା ଠୁ ଆରମ୍ବ କରି ପୁରୁଷ ସମସ୍ତେ ହୁଅନ୍ତି ପ୍ରତିଦିନ ଚନ୍ଧି l ଆଉ ସାଧାରଣ ଲୋକେ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ ସାଜୁଛି ଦେଖଣା ହାରି ଏବଂ ଏହାର ସ୍ଥାଇ ସମଧାନ ହେଉପରୁ ନ ଥିବାରୁ ସାଧାରଣ ର ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l

ଏବଂ ଦୀର୍ଘ ଦିନର ଵସଷ୍ଟାଣ୍ଡ ହୋଇଥିବାରୁ ଏବେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଏବେ ଟ୍ରାଫିକ ସମସ୍ୟ ମଧ୍ୟ ଦେଖିବାକୁ ମିଳୁଛି ଫଳରେ ଦୁର୍ଘଟଣା ବୃଦ୍ଧି ହୋଇ ଅନେକ ଙ୍କ ଧନ ଜୀବନ ହାନି ହେଉଥୁବାର ଦୃଶ୍ୟ ମଧ୍ୟ ଦେଖୁବାକୁ ମିଳେ l ଏହି ରେଙ୍ଗାଲି ର ବସଷ୍ଟାଣ୍ଡ ଦେଇ ସମ୍ବଲପୁର, ରେଙ୍ଗାଲି ଦେଇ ଝାରସୁଗୁଡା ସୁନ୍ଦରଗଡ଼ ରାଉରକେଲା , ପର୍ଯ୍ୟନ୍ତ ଲୋକେ ଯିବା ଆସିବା କରିଥାନ୍ତି l ଅନ୍ୟପଟେ ରାଉରକେଲା ସୁନ୍ଦରଗଡ ଝାରସୁଗୁଡା ରେଙ୍ଗାଲି ଦେଇ ସମ୍ବଲପୁର ବରଗଡ ପର୍ଯ୍ୟନ୍ତ ଲୋକେ ଯିବା ଆସିବା କରି ଥାନ୍ତି l ସବୁଠୁ ବଡ଼ କଥା ହେଲା ଏହି ଦୀର୍ଘ ଦିନ ହେଲା ସେହି ପୁରୁଣା ବସ ଷ୍ଟାଣ୍ଡ ଅଛି ଏହାର ରକ୍ଷଣା ବେକ୍ଷଣ ହେଉନି କି ଏହାର ସ୍ଥାଇ ସମଧାନ ମଧ୍ୟ ହେଉନି l ଅନ୍ୟପଟେ ଆମେ ରେଙ୍ଗାଲି ବିଡ଼ିଓ ଙ୍କ ପ୍ରତିକ୍ରିୟା ନେଇଥିଲୁ ଖୁବ ଶୀଘ୍ର ଏହାର ସମାଧାନ ହେବ ଏବଂ ନୂତନ ବସଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ ହୋଇଛି ବୋଲି କହିଛନ୍ତି ଏବଂ ସବୁଠାରୁ ବଡ କଥା ରେଙ୍ଗାଲି ହେଉଛି ଗୋଟେ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଏଠି ସ୍ତାନୀୟ ବିଧାୟକ୍ ଙ୍କ ବି ନଜର ପଡୁନି କି ତାଙ୍କ ମନବଳ ନାହିଁ ତାହା ଜଣା ପଡୁନି ଅନ୍ୟପଟେ ରେଙ୍ଗାଲି ରେ ମାଲ ମାଲ କମ୍ପାନୀ ଅଛି ବିଧାୟକ ଚାହିଁଲେ କମ୍ପାନୀ କତୃପକ୍ଷ ଙ୍କ ସହ ଆଲୋଚନା କରି ତାଙ୍କ CSRଫଣ୍ଡ ରୁ ନୂତନ ବସଷ୍ଟାଣ୍ଡ ଚାହିଁଲେ କରି ପାରନ୍ତେ ବୋଲି ରେଙ୍ଗାଲି ଅଂଚଳ ବାସି ମତ ପ୍ରକାଶ କରିଛନ୍ତି l ଆଉ ଦୀର୍ଘ ଦିନର ଯେଉଁ ଯାତ୍ରୀ ଆଶ୍ରୟ ସ୍ଥଳୀ ଅଛି ତାହା ସମ୍ପୂର୍ଣ ଭଙ୍ଗା ରୁଜା ହୋଇ ପଡ଼ିଲାଣି ଫଳରେ ଲୋକେ ଆଶ୍ରୟ ନେଉଛନ୍ତି ଅନ୍ୟ ଲୋକଙ୍କ ଦୋକାନ ବାରଣ୍ଡା l

 

Leave a Reply

Your email address will not be published. Required fields are marked *