ଯାତ୍ରୀବାହୀ ଟ୍ରେନ ଚଳାଚଳ ଓ ଭଡା ସ୍ୱାଭାବିକ କରିବା ଦାବି

ତାଳଚେର :ରେଳଯାତ୍ରୀଙ୍କଠାରୁ କରୋନା କଟକଣା ସମୟରୁ ସ୍ପେସାଲ ଟ୍ରେନ୍ ନାଁରେ ଆଦାୟ କରାଯାଉଥିବା ଦୁଇଗୁଣା ଯାତ୍ରୀଭଡ଼ାକୁ ତୁରନ୍ତ ବନ୍ଦକରି ସ୍ୱାଭାବିକ ଯାତ୍ରୀଭଡା ଆଦାୟ କରିବା, କରୋନା କଟକଣା ଯୋଗୁଁ ବନ୍ଦ କରାଯାଇଥିବା ସମସ୍ତ ଯାତ୍ରବାହୀ ଟ୍ରେନ୍ ଗୁଡିକୁ ତୁରନ୍ତ ଚଳାଚଳ କରିବାର ବ୍ୟବସ୍ଥା କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍‌କୁ ତୁରନ୍ତ ଚଳାଚଳ କରିବା, ବାମୁରଠାରୁ ପୁରୀ ପର୍ଯ୍ୟନ୍ତ ମେମୁ ଟ୍ରେନ୍‌ର ବ୍ୟବସ୍ଥା କରିବା, ଅନୁଗୋଳ ଷ୍ଟେସନରେ ପ୍ରୟୋଜନ ନ ଥାଇ ଯାତ୍ରୀବାହୀ ଟ୍ରେନଗୁଡିକୁ ଦୁଇ କିମ୍ବା ୩ ନମ୍ବର ପ୍ଲାଟଫର୍ମରେ ରହଣୀ ନ କରି ଏକ ନମ୍ବର ପ୍ଲାଟଫର୍ମରେ ଲଗାଇବା ବ୍ୟବସ୍ଥା କରାଯିବାସହ ଷ୍ଟେସନର ଉନ୍ନତୀକରଣ କରିବା ଦାବିରେ ଅଲ୍‌ଇଣ୍ଡିଆ ଡିୱାଇଓ ପକ୍ଷରୁ ଅଲ୍‌ଇଣ୍ଡିଆ ଡେମୋକ୍ରାଟିକ ଯୁଥ୍ ଅର୍ଗାନାଇଜେସନ ତାଳଚେର ଆଞ୍ଚଳିକ କମିଟି ପକ୍ଷରୁ ସ୍ଥାନୀୟ ରେଳ କର୍ତ୍ତୃପକ୍ଷ ଏଆଏର୍ମ୍ ତାଳଚେରଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୋଭିଡ୍ କଟକଣାଯୋଗୁଁ ଦୀର୍ଘ ଦୁଇବର୍ଷ ହେବ ଚଳାଚଳ ବନ୍ଦ ହୋଇଯାଇଥିବା ତାଳଚେର-ପୁରୀ ମେମୁ ଓ ସମ୍ବଲପୁର-ପୁରୀ ଇନ୍ସରସିଟି ଟ୍ରେନ୍ ସମେତ ସମସ୍ତ ଯାତ୍ରୀବାହି ଟ୍ରେନ୍ ଗୁଡିକ ପୂର୍ବଭଳି ଅବିଳମ୍ବେ ଚଳାଚଳ କରିବା ଓ କୋଭିଡ୍ ସ୍ପେଶାଲ ନାମରେ ଆଦାୟ କରାଯାଉଥିବା ପ୍ରାୟ ଦୁଇଗୁଣା ରେଳଭଡା ଆଦାୟ ବନ୍ଦ କରି, ଅବିଳମ୍ବେ ସ୍ୱାଭାବିକ ରେଳଯାତ୍ରୀ ଭଡ଼ା ପ୍ରଚଳନକରିବା ଆଦି ଦୁଇ ଦଫା ଦାବିରେ ସଂଗଠନର ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ସାହୁ, ଉପସଭାପତି କିଶୋରଚନ୍ଦ୍ର ବିଶ୍ୱାଳ, ତାଳଚେର ୟୁନିଟ୍ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା ଓ ଜିଲ୍ଲା ସଂଗଠକ ଉଲ୍ଲାସ ମୁଦୁଲିଙ୍କ ଉଦ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *