ଯିଏ ଟଙ୍କା ଦେବ, ତାକୁ ନ୍ୟାୟ ମିଳିବ

ଫୋକସ ପ୍ଲସ(ଢେଙ୍କାନାଳ)୧୮/୦୮/୨୦୨୨: ଦାଦା କରିଦେଲା ପୁତୁରାକୁ ବାସହରା |ରକ୍ଷକ ଯଦି ଏଠି ଭକ୍ଷକ ସାଜିବ କହିବେ କାହାକୁ |ଥାନା ଏସ ଆଇ ସାମର୍ଜିତ ନାୟକ କେତେ ମୋଟା ଅଙ୍କ ଅର୍ଥ ନେଇଛନ୍ତି କି ?ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମରୁ ଆସିଛି ସାଙ୍ଘାତିକ ଅଭିଯୋଗ ଟଙ୍କା ଦେଇ ଜାଗା କିଣିଥିବା ଲୋକଙ୍କୁ ମିଳୁନି ନ୍ୟାୟ l ଆମେ କହୁଛୁ ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଅଲେଖ ଦାସ ଙ୍କ କଥା ଗତ 13-08-2021 ରେ ନୋଟାରୀ ରେ ଜମି ବିକ୍ରୟର ଚୁକ୍ତି ପତ୍ର ଓ ସାକ୍ଷୀ ମାନଙ୍କ ସାମ୍ନାରେ ହୋଇଥିଲା କିଣା ବିକା ସମ୍ପର୍କୀୟ ଦାଦା କୋଦଣ୍ଡ ଦାସ ଙ୍କ ଠାରୁ ରହିବା ପାଇଁ ଖଣ୍ଡେ ଜାଗା କିଣି ଥିଲେ ଏବଂ ସେହି ଜାଗାରେ ଖଣ୍ଡେ ପାଲ ଟାଣି କୁଡ଼ିଆ କରି ରହି ଆସୁଥିଲେ ଅଲେଖ ଦାସ ଓ ତାଙ୍କ ସ୍ତ୍ରୀ ସଂଞ୍ଜୁ ଦାସ ଯାହାକି ଗ୍ରାମବାସି ମଧ୍ୟ୍ୟ ଜାଣିଛନ୍ତି l କିନ୍ତୁ ଏବଂ ଜାଗା ବିକିଥିବା କୋଦଣ୍ଡ ଦାସଙ୍କର ପର ମୁହୂର୍ତରେ ସେହି ଜାଗା ଉପରେ ଲୋଭ ଆସିଯାଇଥିଲା ଯାହାକି ଝିଅ, ଜ୍ୱାଇଁ କି ଧରି ଅନ୍ୟତ୍ର କାହାକୁ ଜାଗା ଖଣ୍ଡକ ବିକ୍ରୀୟ ପାଇଁ ଯୋଜନା ଚଳେଇଛନ୍ତି କିନ୍ତୁ ସେଥିରେ ତାଙ୍କୁ ଖୋଦ ସହଯୋଗ କରୁଛନ୍ତି ନିହାଲପ୍ରସାଦ ଥାନାର ଏସ ଆଇ ସମ୍ରଜିତ ନାୟକ l ଏହି ଅଭିଯୋଗ କୁ ଅଲେଖ ଦାସଙ୍କ ପରିବାର ଲୋକେ ନିହାଲପ୍ରସାଦ ଥାନା ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କିଛି ସୁଫଳ ମିଳୁନାହିଁ,ଓଲଟା ଥାନା କୁ ଆଉ ଯଦି ଥରେ ଆସିଲେ କେଶ କରିଦେବ ବୋଲି ଧମକ ଦେବାକୁ ପଛାଉ ନାହାନ୍ତି ଖୋଦ ଏସ ଆଇ ସମରର୍ଜିତ ନାୟକ

ଏସ ଆଇ ସମରର୍ଜିତଙ୍କ ନିର୍ଦେଶ ରେ ଅଲେଖ ଦାସ ରହୁଥିବା କୁଡ଼ିଆ ଟିକୁ କୋଦଣ୍ଡ ଦାସ ଓ ତାଙ୍କ ଝିଅ ଜ୍ୱାଇଁ ମିଶି ଭାଙ୍ଗି ଦେଇଛନ୍ତି ଓ ଆସାବପାତ୍ର କୁ ବାହାରକୁ ଫୋପାଡ଼ି ଦେଇ ବାସହରା କରିଦେଛନ୍ତି,ଏସପି ଙ୍କ ଠାରୁ,ଡି ଜୀ,ଙ୍କୁ ପଯ୍ୟନ୍ତ ଜଣାଇଲେ ମଧ୍ୟ୍ୟ କେହି ଏଠି କର୍ନ ପାତ କରୁନାହାନ୍ତି ଏଠି ରକ୍ଷକ ଯଦି ଭକ୍ଷକ ସାଜିବେ କହିବେ କାହାକୁ ଗରିବ ବାସ ହାରଙ୍କୁ ନ୍ୟାୟ ଦେବ କିଏ ସହ ପରିବାର ଏବେ ବେସାହାରା ହୋଇ ଘୁରିବୁଲୁଛନ୍ତି ରାଜ ରାସ୍ତାରେ ଅଲେଖ ଦାସ ଓ ତାଙ୍କ ସ୍ତ୍ରୀ ଓ କାନ୍ଦି କାନ୍ଦି କହୁଛନ୍ତି ଯେ ଟଙ୍କା ନାହିଁ ବୋଲି ଆମ ପାଇଁ କଣ ନ୍ୟାୟ ନାହିଁ ତାହା ଦେଖିବାକୁ ବାକି ରହିଲା କେତେଦିନ ଯାଏ ଏମିତି ବାସହରା ହୋଇ ବୁଲୁଥିବେ ଅଲେଖ ଦାସ ଓ ତାଙ୍କ ପରିବାର l

ଗନ୍ଦିଆରୁ ପୁଷ୍ପଲତା ସାମଲଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *