ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣା, ଜଣକୁ କୋର୍ଟ ଚାଲାଣ କଲା ପୋଲିସ

ଫୋକସ ପ୍ଲସ(ଗଣିଆ): ଗଣିଆ ଥାନା ଅନର୍ଗତ ରାସଙ୍ଗ ପାଟିକଟା ଜଙ୍ଗଲ ନିକଟରେ ଜଣେ ଯୁବକକୁ ଗୁଳିକରି ହତ୍ୟା ଘଟଣାରେ ସୋମବାର ଅପରାହ୍ନରେ ଜଣକୁ କୋର୍ଟ ଚାଳାଣ କରାଯାଇଛି lସୂଚନା ଯୋଗ୍ୟ ରାସଙ୍ଗ ଗ୍ରାମ ନିକଟସ୍ଥ ପାଟିକଟା ଜଙ୍ଗଲ ପାଖ ଫାର୍ମ ହାଉସ ନିକଟରେ ରାସଙ୍ଗ ଗ୍ରାମର କହେଁଇ ଚରଣ ରାଉତଙ୍କ ପୁଅ ରଜତ ରାଉତ (୨୮) ସବୁଦିନପାରି ଟ୍ରାକ୍ଟର ନେଇ ପଥର ଆଣି ଲୋକମାନଙ୍କୁ ଯୋଗାଉଥିଲେ ଦିନ ୨ଟା ସମୟ ହୋଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ lଘର ଲୋକେ ମୋବାଇଲକୁ ଫୋନ କରିଥିଲେ ମଧ୍ୟ ମୋବାଇଲ ବନ୍ଦ ରହିଥିଲା lବହୁ ଖୋଜାଖୋଜି ପରେ ଗୁଳିବିଧ ରଜତର ମର ଶରୀର ପାଟିକଟା ଜଙ୍ଗଲରେ ପଡିରହିଥିବା ଦେଖିବାକୁ ପାଇଥିଲେ l ଘଟଣା ସ୍ଥଳରେ ଦେଶୀ ହାତ ତିଆରି ବନ୍ଧୁକ ଓ ମୋବାଇଲ ଫୋନ ପଡିଥିଲା l ଘଟଣାର କିଛି ସମୟ ପୂର୍ବରୁ ମୃତ ରଜତ ସହ ରାସଙ୍ଗ ପଞ୍ଚାୟତ ଅନର୍ଗତ ଗୋଛାବାରୀ ଗ୍ରାମର ସାଗର ବେହେରା ଓ ତାରିଣୀସେନ ନାୟକଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ବଚସା ହୋଇଥିଲା ବୋଲି ପ୍ରତେକ୍ଷଦର୍ଶୀ ହଟିଆପଲି ଗ୍ରାମର ଦାଶରଥି ମହାନ୍ତି କହିଥିଲେ |ଉଭୟଙ୍କୁ ବୁଝାସୁଝା କରି ନିଜ ଘରକୁ ଚାଲିଆସିବାପରେ ରଜତକୁ କିଏ ଗୁଳିକରି ହତ୍ୟା କରିଛି ମୁଁ ଜାଣିନାହିଁ ବୋଲି ପୋଲିସକୁ କହିଥିଲେ l

ଏହି ଘାଟଣାର ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ଖଣ୍ଡପଡା ଏସ୍ଡ଼ିପିଓ ପ୍ରଭାତ କୁମାର ମଲ୍ଲିକ, ସଦର ଥାନା, ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ , ଖଣ୍ଡପଡା ଆଇଆଇସି ରମେଶ ଦେବତା ଗଣିଆ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଏଏସଆଇ ଶ୍ରୀକାନ୍ତ କୁମାର ପଣ୍ଡା, ପ୍ରମୋଦ କୁମାର ନନ୍ଦ ଖଣ୍ଡପଡା ଏଏସଆଇ ଶ୍ରଦ୍ଧା ନାୟକ , ପ୍ରମୁଖ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ I ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ଗୋଛାବାରୀ ଗ୍ରାମରୁ ସାଧୁ ବେହେରାଙ୍କ ପୁଅ ସାଗର ବେହେରା (୨୨)କୁ ପଡୋଶୀ ଘର ପଛପଟୁ ପୋଲିସିକି ଦେଖି ଦୌଡ଼ି ପଲାଉ ଥିବାବେଳେ ପୋଲିସ କାବୁ କରିଥିଲା lମୁଖ୍ୟ ଆସାମୀ କୁହାଯାଉଥୁବା ତାରେଣୀ ସେନ ନାୟକ ଫେରାର ଥିବାବେଳେ ସହଯୋଗୀ ସାଗର ବେହେରାଙ୍କୁ ଚାରିଦିନ ଥାନାରେ ଅଟକ ରଖି ପଚାରାଉଚରା ପରେ ମୁଖ୍ୟ ଆସାମୀ ତାରିଣୀସେନ ନାୟକକୁ ରଜତ ଗୁଳି ମାରିବାରେ ଘଟଣାରେ ସହଯୋଗ କରିଥିବାରୁ ସୋମବାର ଅପରାହ୍ନରେ ସାଗରକୁ ଦଶପଲ୍ଲା କୋର୍ଟକୁ ପଠାଇଦିଆଯାଇଛି l

ଗଣିଆ ରୁ ସମୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *