ଯୁବକଙ୍କୁ ହତ୍ୟା ଉଦ୍ୟମ

ଫୋକସ ପ୍ଲସ 28/5/22(ଉଦସୁନ୍ଦରଗଡ଼): ଉଧାରୀ ଟଙ୍କା ମାଗିବାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି, ସୁନ୍ଦରଗଡ଼ର ଦୁଇ ଜଣ ଯୁବକ ରାଜକିଶୋର ଯାଦବ ଓ ସଚିନ ଠାକୁର ଫ୍ରିଜ ମରାମତି କାମ କରନ୍ତି, ସଦର ଥାନା ଅନ୍ତର୍ଗତ ମହୁଲପାଲି ଛକର ବରୁଣ ଭୋଇଙ୍କ ଫ୍ରିଜ ମରାମତି କରିଥିଲେ, ଯାହାର 6ହଜାର ଟଙ୍କା ବାକି ରହିଯାଇଥିଲା, ଆଜି ଉକ୍ତ ଦୁଇ ଜଣ ବରୁଣଙ୍କୁ ଉଧାରୀ ଟଙ୍କା ମାଗିବାକୁ ଯାଇଥିଲେ ମହୁଲପାଲି, ଯେଉଁଠି ଉଧାରୀ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା, ଏହି ସମୟରେ କଥା କଟାକଟି ଚାଲିଥିଲା ବେଳେ ବରୁଣଙ୍କ ଜଣେ କର୍ମଚାରୀ ଏକ ମାଂସ କଟା ଚାପଡ଼ ସାହାଯ୍ୟରେ ରାଜକିଶୋରଙ୍କ ପିଠିକୁ ହାଣି ଦେଇଥିଲା, ଆଖପାଖ ଲୋକ ଜମା ହୋଇଯିବାରୁ ଦୁର୍ବୁତ୍ତ ଦୁଇ ଜଣ ସେ ଜାଗାରୁ ପଳେଇ ଯାଇଥିଲେ, ରକ୍ତାକ୍ତ ଅବସ୍ଥା ରେ ଆହତ ରାଜକିଶୋରକୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ , ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡିଛି ।ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *