ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୋକସ ପ୍ଲସ (ଚୌଦ୍ୱାର) ୦୫/୦୭/୨୦୨୨: ଚୌଦ୍ୱାର ର ଏକ ଘରୋଇ ସଂସ୍ଥାର ନିକଟରେ ଥିବା ଜଙ୍ଗଲରେ ଜଣେ ଯୁବକର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା |ମୃତ ଯୁବକଙ୍କ ପରିଚୟ ମିଳି ପାରିଛି |ଯୁବକଙ୍କ ନାମ ଅଭିଷେକ ପ୍ରଧାନ ଘର ଟାଙ୍ଗୀ ଥାନା ଅଧିନ କନ୍ନହେଇପୁର ପଞ୍ଚାୟତ ଏଞ୍ଜୁଆରେ ବୋଲି ଜଣାପଡ଼ିଛି |ତେବେ ଯୁବକ ଜଣକ ସୁପର ଭାଇଜର ଭାବେ ସେଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ lଯୁବକ ଜଣଙ୍କ ନିଜ ଡ୍ୟୁଟିରେ ଥିଲେ l ତେବେ ଆତ୍ମହତ୍ୟା ର କୌଣସି କାରଣ ନଥିବା କଥା ପରିବାର ଲୋକେ କହିଥିବା ବେଳେ ତାଙ୍କୁ କେହି ହତ୍ୟା କରି ଟଙ୍ଗେଇ ଦେଇଥିବା ଅଭିଯୋଗ ଆଣିଛନ୍ତି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି |

 

ଚୌଦ୍ୱାରରୁ ମାନସ କୁମାର ସାମଲଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *