ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ |

ଫୋକସ ପ୍ଲସ ୦୧/୦୬/୨୨( ଚୌଦ୍ୱାର):୫୫ନମ୍ୱର୍ ଜାତୀୟ ରାଜପଥ ଚୌଦ୍ଵାର ନୁଣ୍ଟିଗିରି ଛକ ନିକଟରେ ଏକ ଯୁବକର ରକ୍ତ ଜୁଡୁ ବୁଡୁ ମୃତ ଦେହ ଉଦ୍ଧାର କରିଛି ଚୌଦ୍ଵାର ପୋଲିସ । ମୃତ ଯୁବକ ଜଣଙ୍କ ହେଲେ ଚୌଦ୍ଵାର ଓଟିଏମ ଦୁର୍ଗା ବଜ଼ାର ସାହି ର ଲୋକନାଥ ବିଶ୍ଵାଳ । ଲୋକନାଥ ପେଶାରେ ଜଣେ ଅଟୋ ଡ୍ରାଇଭର । ଗତକାଲି ରାତିରେ ଲୋକ ନାଥ ଘରକୁ ଫେରି ନଥିଲା ବେଳେ ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗତ କାଲି ରାତିରେ ତାଙ୍କ ଡାଲା ଅଟୋଟି ବିରୂପା ବ୍ୟାରେଜରେ ଓଲଟି ଥିବା ବେଳେ କେହି ତାଙ୍କୁ ମାରି ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।ଘଟଣା ସ୍ଥଳରେ ସାଇନ୍ଟିଭିକ୍ ଟିମ୍ ଓ ସନ୍ଧନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ |ଅଟୋ ଟି ଜଗତପୁର ଥାନା ରେ ଅଛି ।

Leave a Reply

Your email address will not be published. Required fields are marked *