ଯୁବକଙ୍କ ରକ୍ତ ଜୁଡୁବୁଡୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ।

ବାଲେଶ୍ୱର20/01/2024: ବାଲେଶ୍ୱର ରେମୁଣା ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତ ଗାଙ୍ଗପୁରାରେ ଯୁବକଙ୍କ ରକ୍ତ ଜୁଡୁବୁଡୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର,ଷଡଯନ୍ତ୍ର କରି ହତ୍ୟା କରିଥିବା ସନ୍ଧେହ,ଘଟଣାକୁ ଘଟଣା ସ୍ଥଳରେ ରେମୁଣା ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ ଟିମ ପହଁଞ୍ଚି ଛାନ ଭିନ କରି ତଦନ୍ତ କରୁଛନ୍ତି l ଘଟଣା ସ୍ଥଳରୁ ଦୁର୍ଘଟଣା ଘଟଇଥିବା ଟ୍ରାକ୍ଟର ଓ ଏକ ପଲସର ବାଇକକୁ ପୁଲିସ ଜବତ ଜବତ କରିଥିବା ବେଳେ ଟ୍ରାକ୍ଟର ଚଳାଉଥିବା ଯୁବକକୁ ଅଟକ ରଖି ତଦନ୍ତ କରୁଛି l ମୃତ ଦେହକୁ ଆମ୍ବୁଲାନ୍ସ ଦ୍ୱାରା ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଛି l ସୂଚନା ଅନୁସାରେ ଗଙ୍ଗାପୁରା ଗ୍ରାମର ଯୋଗେଶ୍ୱର ପ୍ରଧାନଙ୍କ ବଡପୁଅ ଭଗବାନ ପ୍ରଧାନ ବୟସ 32 ଚଳାଉ ଥିବା ଏକ ପଲସର ବାଇକ ଏବଂ ତାଙ୍କ ମୃତ ଶଶୀର ଗଙ୍ଗାପୁରା ରାସ୍ତାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେମୁଣା ଥାନାକୁ ଜଣାଇଥିଲେ ସୂଚନା ଅନୁଯାୟୀ ଦୁର୍ଘଟଣା ଘଟଇଥିବା ଟ୍ରାକ୍ଟର ଚାଳକ ଭାଗବତ ପ୍ରଧାନ ସହିତ ମୃତ ଭଗବାନ ପ୍ରଧାନର ପୂର୍ବ ଶତ୍ରୁତାଥିଲା lଏ ନେଇ ଯୋଜନାବଧ ଭାବେ ହତ୍ୟା ଷଡଯନ୍ତ୍ର ହୋଇଛି ବୋଲି ପୁଲିସ ସନ୍ଧେହ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *