ଯୁବକଙ୍କ ର ସନ୍ଦେହଜନକ ମୃତ୍ୟୁ, ସନ୍ଦେହ ଘେରରେ ସାଙ୍ଗ |

ଯାଜପୁର,ମଙ୍ଗଳପୁର,ଦଶରଥପୁର11/12(ଫୋକସ ପ୍ଲସ); ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ପାଲଟପୁର ଗ୍ରାମର ପଚିଶି ବର୍ଷ ବୟସର ଯୁବକ ଶ୍ରବଣ କୁମାର ନାୟକଙ୍କ ର ସନ୍ଦେହଜନକ ମୃତ୍ୟୁ ଘଟିଛି. ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଶ୍ରବଣ ର ସାଙ୍ଗ ଆର୍ଚିସ ଧଳ ଅଛି ସନ୍ଦେହ ଘେରରେ.ଶ୍ରବଣ ରହୁଥିଲେ ସୁଦୂର ବାଙ୍ଗାଲୋର ରେ, କିଛିଦିନ ତଳେ ଫେରିଥିଲେ ଘରକୁ. ଗତ ରବିବାର ଦିନ ଶ୍ରବଣ ର ସାଙ୍ଗ,ଵଜରାପାଟ ଗ୍ରାମ ର ଅନ୍ତର୍ଯ୍ୟାମୀ ଧଳ ଙ୍କ ପୁଅ ଆର୍ଚିସ ତାଙ୍କୁ ଡ଼ାକିନେଇଥିଲା ବୁଲିବା ପାଇଁ. ରାତିରେ ଘରକୁ ଫେରିଥିଲା ଶ୍ରବଣ ନିଶାସକ୍ତ ଅବସ୍ଥାରେ. ଘରେ ଖାଇବାକୁ ଡାକିବାରୁ, ଶ୍ରବଣ ମନାକରିଦେଇଥିଲା ଖାଇବାକୁ. ଶୋଇପଡ଼ିଥିଲା ନିଜ ରୁମ ରେ. ଆଜି ଥିଲା ସୋମବାର, ଘର ଲୋକ ଶ୍ରବଣ କୁ ଡାକିଥିଲେ ଠାକୁର ଙ୍କ ପାଖକୁ ଯିବାକୁ, କିନ୍ତୁ ଶ୍ରବଣ ଆଉ ଉଠିନଥିଲା. ସେ ସବୁଦିନ ପାଇଁ ଚାଲିଯାଇଥିଲା ଠାକୁରଙ୍କ ପାଖକୁ. ନିଜ ରୁମ ରେ ଶ୍ରବଣ କୁ ମୃତ ଅବସ୍ଥାରେ ପାଇଥିଲେ ଘର ଲୋକ. ଘର ଲୋକଙ୍କ ସନ୍ଦେହ ଘେରରେ ଆସିଥିଲା ସାଙ୍ଗ ଆର୍ଚିସ. ଏନେଇ ମଙ୍ଗଳପୁର ଥାନାରେ ଆର୍ଚିସଙ୍କ ନାମ ରେ ଲିଖିତ ଅଭିଯୋଗ କରିଛନ୍ତି ଘରଲୋକ.ଦେଖିବାକୁ ବାକି ରହିଲା, ମଙ୍ଗଳପୁର ପୋଲିସ କେବେ ଖୋଲୁଛି ଶ୍ରବଣ ମୃତ୍ୟୁ ର ପ୍ରକୃତ ରହସ୍ୟ|

Leave a Reply

Your email address will not be published. Required fields are marked *