ଯୁବତୀଙ୍କୁ ଅପହରଣ l 

ଫୋକସ ପ୍ଲସ 6/12/2022(ବାଙ୍କୀ): ଏକ ତାରିଖ ସାନ୍ଧ୍ୟରେ ଘରକୁ ଫେରିବା ବାଟରେ ବାଙ୍କୀ ଥାନା ଅନ୍ତର୍ଗତ ଡମପଡା କଲେଜ ଛକର ହନୁମାନ ମନ୍ଦିର ନିକଟରୁ ଯୁବତୀଙ୍କ ଅପହରଣ ଘଟଣା ଘଟି ଥିଲା l ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏତଲାଦେଇ ଥିଲେ l ନିଖୋଜ ଯୁବତୀଙ୍କ ନାମ ଝୁନା ଜେନା l ସେପଟେ ଏତଲା କୁ ଭିତିକରି ପୋଲିସ ତଦନ୍ତ ରହିଛି ଜାରି l ଯୁବତୀଙ୍କ ନିଖୋକ କୁ ବିତିଲା ଆଜକୁ ପାଞ୍ଚ ଦିନ ପୋଲିସ ହାତ ରହିଛି ଖାଲି l ସେପଟେ ଯୁବତୀଙ୍କ ନିଖୋଜ କୁ ନେଇ ଘରେ ଲାଗି ରହିଛି କାନ୍ଦ ବୋବାଳି l ସେପଟେ ଝିଅ ର ଫୋଟୋ କୁ ଧରି ମା ର ଆଖିରୁ ଶୁଖୁନି ଏବେ ଲୁହ l ସୁରକ୍ଷିତ ଝିଅକୁ ଉଦ୍ଧାର କରି ଘରେ ପହଂଚ କରିବାକୁ ପରିବାର ଓ ଗ୍ରାମବାସୀ କଲେ ପୋଲିସ ପ୍ରଶାସନ ନିକଟରେ ଗୁହାରି l ସୂଚନା ଥାଉକି ପ୍ରତ୍ୟକ ଦିନ ଭଳି ଯୁବତୀ ଜଣଙ୍କ ଗୋଡ଼ିସାହି ନିକଟ ଭାରତ ମସଲା କମ୍ପାନୀ କୁ ଯାଇଥାନ୍ତି କାମ କରି ଆଉ ସାନ୍ଧ୍ୟ କୁ ଫେରି ଆସିଥାନ୍ତି ନିଜ ଘରକୁ l କିନ୍ତୁ ଆଉ ଘରକୁ ଫେରି ନ ଥିଲେ ଯୁବତୀ l ପରିବାର ପକ୍ଷରୁ ଯାହା ସୂଚନା ରହିଛି l ସନ୍ଧ୍ୟାରେ ନିକଟ ଜାତମୁଣ୍ଡିଆ ଛକ ଠାରୁ ବସରୁ ଓଲ୍ହାଇ ଘରକୁ ଆସୁଥିବା ଖବର ନିଜର ଭାଇକୁ ଫୋନ କରି ଜଣାଇଥିଲେ ପରେ ସେ ଭାଇଙ୍କୁ ସୂଚନା ଦେଲେ କି ଡମପଡା କଲେଜ ନିକଟ ହନୁମାନ ଛକ ଠାରେ ପହଂଚି ସାରିଛନ୍ତି l ଅଚାନକ କିଛି ଆବାଜ ହୋଇଥିଲା ପରେ ଯୁବତୀଙ୍କ ଫୋନ ସୁଇଚ ଅଫ ଦେଖାଇଥିଲା l ଏବେ ଉକ୍ତ ସ୍ଥାନକୁ ଯାଇ ପରିବାର ଲୋକେ ଖୋଜା ଖୋଜି କଲା ପରେ ମିଳି ନଥିଲା ଯୁବତୀଙ୍କର କୌଣସି ପତା l ତାଙ୍କୁ କିଏ ଅପହରଣ କରି ନେଇ ଥିବା ସନ୍ଦେହ କରି ଥାନାରେ ଦିଆଯାଇଛି ଏତଲା l ସେପଟେ ଯୁବତୀଙ୍କ ନିଖୋଜ କୁ ନେଇ କାନ୍ଦ ବୋବାଳି ଲାଗି ରହିଛି ପରିବାରରେ l ସେପଟେ ଯୁବତୀ ଙ୍କ ନିଖୋଜ ଘଟଣାକୁ ବିତି ସାରିଛି ପାଞ୍ଚ ଦିନ ଅଧ୍ୟାବଧି ନିଖୋଜ ଯୁବତୀଙ୍କ ଟେର ପାଇଲା ନାହିଁ ବାଙ୍କୀ ପୋଲିସ l ତୁରନ୍ତ ସୁରକ୍ଷିତ ନିଖୋଜ ଯୁବତୀଙ୍କୁ ଖୋଜି ଆଣିବା ପାଇଁ ସରକାର ଓ ପୋଲିସ ପ୍ରଶାସନ ଙ୍କୁ ନେହୁରା ହେଲେ ପରିବାର ସଦସ୍ୟ l

Leave a Reply

Your email address will not be published. Required fields are marked *