ଯୁବ ଓଡିଶା, ନବୀନ ଓଡିଶା

ସୁନ୍ଦରଗଡ଼: ସାରରାଜ୍ୟ ରେ ଉଦଘାଟନ ହୋଇଛି ଯୁବ ଓଡିଶା ନବୀନା ଓଡିଶା କାର୍ଯ୍ୟକ୍ରମ | ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ମଧ୍ୟ ଏହି କାର୍ଯ୍ୟକ୍ରମ ଉଦଘାଟନ ହୋଇଛି ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ନାରାୟଣ ପଟେଲ ଓ ମୁଖ୍ୟ ବକ୍ତା ଭାବେ ରାଜଗାଙ୍ଗପୁର SDPO ଅଭିଷେକ ପ୍ରାଣିଗ୍ରାହୀ, ମହାବିଦ୍ୟାଳୟ ର ଅଧକ୍ଷ ବିପିନି ବିହାରୀ ଚୌଧୁରୀ।IQAC ର ସପନ କୁମାର ପଣ୍ଡା ସମତେ ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ର /ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ | ରାଜ୍ୟ ସରକାର ଛାତ୍ର ଛାତ୍ରୀ କିଭଳି ସୁସ୍ଥ ସବଳ ରହିବା ସହିତ ମାନସିକ ସୁଦୃଢ ହେବା ପାଇଁ ଯୋଗ ଓ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯୁବ ଓଡିଶା ଗଠନ କରିଛନ୍ତି | ଏଭଳି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧକ୍ଷ ସମତେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଛନ୍ତି | ରାଜ୍ୟ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଶିକ୍ଷା ବିଭାଗକୁ 5t ରେ ଅନ୍ତର୍ଭୁକ୍ତ କରେଇଛନ୍ତି | ପ୍ରଥମ ପର୍ଯାୟରେ ସ୍କୁଲ ଓ ମହାବିଦ୍ୟାଳୟ ର ଭିତ୍ତି ଭୂମିକୁ ସୁଦୃଢ କରି ଚିତ୍ର ବଦଳାଇଥିଲେ ଆଜି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଭଳି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଆଧ୍ୟାପକ ଆଧ୍ୟାପିକା ସମତେ ଛାତ୍ର ଛାତ୍ରୀ ସ୍ୱାଗତ କରିଛନ୍ତି |

Leave a Reply

Your email address will not be published. Required fields are marked *