ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା I

କୋରାପୁଟ: ବନ୍ଧୁଗାଁ ବ୍ଲକରେ ଗୁରୁବାର ଦିନ ପଂଚାୟତ ସମିତି କାର୍ଯାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଘେରାଓ ଦେଖିବାକୁ ମିଳିଥିଲା । ଡ଼ିସେମ୍ବର ୧୮ ତାରିଖରେ ବନ୍ଧୁଗାଁ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସେଠୀ ଟଙ୍କା ହଡଫ କରିବା ଅଭିଯୋଗରେ ବିଦ୍ୟାଳୟର +୨ ଛାତ୍ର ଛାତ୍ରୀ ବ୍ଲକ କାର୍ଯାଳୟ ଠାରେ ହୋ ହଲା କରିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟରୁ ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ରାଲି ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପହଂଚି ଥିଲେ । ପରେ ବନ୍ଧୁଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଅବିନାଶ ବିଶ୍ୱଜିତ ସେଠୀ ଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଏହାର ଅନୁସନ୍ଧାନ କରି ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମକୁ ୧,୫୦,୦୦୦ଟଙ୍କା ଆସିଥିଲେ ମଧ୍ୟ କାର୍ଯ୍ୟକ୍ରମ କୁ ବହୁତ କମ ଟଙ୍କା ଖର୍ଚ୍ଚ କରିବା , ଖାଇବା ପାଇଁ ବହୁତ ପିଲାମାନଙ୍କୁ ନ ମିଳିବା ଏବଂ ବିଜେତା ଙ୍କୁ ନିମ୍ନ ମାନର ଉପହାର ଆଇଟମ୍ ଦେବା ବୋଲି ବ୍ୟାପକ ଅନିୟମିତତା ହୋଇଛି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଥିଲେ । ସରକାରୀ ବିଦ୍ୟାଳୟ 5T ରେ ରୂପାନ୍ତରିତ ହୋଇ ଥିଲେ ମଧ୍ୟ ଶୌଚାଳୟ ଓ ପାନୀୟ ଜଳ ପାଇଁ ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଓ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନ ନେବା କଥା ଉଲ୍ଲେଖ କରିଥିଲେ । ଶୌଚାଳୟ ସଫା ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜେ କରିବାକୁ ବାଧ୍ୟ କରୁଥିଲେ ପ୍ରଧାନ ଶିକ୍ଷୟତ୍ରି ରଶ୍ମିତା ସେଠୀ ଯଦି କଥା ନ ଶୁଣିଲେ ଟିସି ଦେଇ ଦେବି ବୋଲି ଧମକ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ ଛାତ୍ର ଛାତ୍ରୀ । ବି ଡି ଓ ଏହାର ସମାଧାନ ପାଇଁ ବହୁ ସମୟ ଧରି ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ନା ପସନ୍ଦ କରିଥିଲେ । ଏପରି ଦୁର୍ନୀତି କାର୍ଯ୍ୟକ୍ରମରେ କାହିଁକି ଦୋଷୀ ଙ୍କୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଓ ଏହାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟକୁ ତାଲା ମାରିବାକୁ ବାଧ୍ୟ ହେବୁ ବୋଲି ଧମକ ଦେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ । ଅଭିଭାବକ ସଭା କରାଇ ଉଭୟ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ଏବଂ ଟଙ୍କା ଦୁର୍ନୀତି ହୋଇଥିଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଡି ଓ ଅବିନାଶ ବିଶ୍ୱଜିତ ସେଠୀ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *