ଯୁବ କଂଗ୍ରେସର କ୍ରାନ୍ତି ସମାବେଶ

ଫୋକସ ପ୍ଲସ(ସାନଖେମୁଣ୍ଡି): ସାନଖେମୁଣ୍ଡି-ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବଉଳଝୋଳି ସ୍ଥିତ ଫାର୍ମ ହାଉସରେ ଯୁବ କଂଗ୍ରେସ ତରଫରୁ ଏକ କ୍ରାନ୍ତି ସମାବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଦୁଇ ହଜାର ରୁ ଅଧିକ କଂଗ୍ରେସ କର୍ମୀଙ୍କ ସମେତ ଅଞ୍ଚଳର ଛାମୁଆ ନେତା,ସଂଗଠକ ପ୍ରମୁଖ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ସାନଖେମୁଣ୍ଡି ବ୍ଲକ୍ ରେ ହେବାକୁ ଥିବା କଂଗ୍ରେସ ର ଭାରତ ଯୋଡ଼ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା।ଏହି ଅବସରରେ ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ସଭାପତିଏ |

ବାବୁଲା ଦୋରା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ,ଜିଲ୍ଲା କଂଗ୍ରେସ ସମ୍ପାଦକ ଅରବିନ୍ଦ ନାୟକ,ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ଅବନୀ ଶତପଥୀ,ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ,ସାନଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ଅରୁଣ ଖୁଣ୍ଟିଆ ଏବଂ ଛାତ୍ର କଂଗ୍ରେସ ସଭାପତି ରାଜା ପ୍ରଧାନ,କଉଡ଼ିଆ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ, ଜିଉରା ସମିତି ସଭ୍ୟ ପ୍ରତିନିଧି ନୀଳ ସେଠୀ,ଗଙ୍ଗାପୁର ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ ଓ ସମିତି ସଭ୍ୟ ବୁଲୁ ସେଠୀ,ଏସ |ଗୋପାଳପୁର ସମିତି ସଭ୍ୟ ନାରାୟଣ ପ୍ରଧାନ,କଲରାପଦର ସରପଂଚ ପ୍ରତିନିଧି ସଞ୍ଜୟ ଦୋରା,ମୌଳାଭଞ୍ଜା ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ଓ ସମିତି ସଭ୍ୟ ଶରତ ସ୍ୱାଇଁ,ଖଲିଙ୍ଗି ସରପଞ୍ଚ ଅର୍ଣ୍ଣବ ନାୟକ,ଗୌତମୀ ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁ,ଏସ.ଗୋପାଳପୁର ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ,ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ଭାସ୍କର ରେଡ୍ଡୀଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

ସାନଖେମୁଣ୍ଡିରୁ ଦ୍ୱାରିକା ନାଥ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *