ଯୁବ ପିଢ଼ିଙ୍କ ସେଲ୍ଫି ନିଶା

ଫୋକସ ପ୍ଲସ 26/3/23(ବ୍ୟୁରୋ): ଆଜି କାଲିର ଯୁବ ପିଢିଙ୍କୁ ଘାରିଛି ସେଲ୍ଫି ନିଶା |ସେଲ୍ଫିରେ ପାଗଳ ହୋଇ ଆଜିକାଲିର ଯୁବ ପିଢ଼ି ସବୁ ଅଜବ ଅଜବ ଢଙ୍ଗରେ ସେଲ୍ଫି ଉଠାଉଛନ୍ତି lଏମିତି ସେଲ୍ଫି ନେଉ ନେଉ ଅନେକ ଥର ଅନେକଙ୍କର ଜୀବନ ଚାଲି ଯାଇଥିବା ଘଟଣା ବି ସାମ୍ନାକୁ ଆସିଥାଏ l କିନ୍ତୁ ଆଜିକାଲିର ଯୁବ ପିଢି କିଛି ନ ମାନି ସବୁ ନିଜ ଜୀବନକୁ ବାଜିରେ ଲଗାଇ ବିପଦ ସଂକୁଳ ସ୍ଥାନରେ ମଧ୍ୟ ସେଲ୍ଫି ନେଇ ଥାନ୍ତି lକେତେବେଳେ ଚଳନ୍ତା ଟ୍ରେନରେ ଦୌଡିବା ସମୟରେ ତ କେତେବେଳେ ଟ୍ରେନ ର ଛାତ ଉପରେ କିମ୍ବା ଟ୍ରେନ ଯିବା ସମୟରେ ଫୋଟୋ ଉଠେଇ ଅନେକ ପିଲାଙ୍କ ଜୀବନ ଯାଇଥିବା ନଜର ରହିଛି କିନ୍ତୁ ସେଲ୍ଫି ନିଶା ଯୁବ ପିଢ଼ିଙ୍କ ମନରୁ ଯାଉନି l ବର୍ତମାନ କଳାହାଣ୍ଡି ଜିଲ୍ଲାରୁ ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ନାବାଳକ ଚଳନ୍ତା ଟ୍ରେନ ତଳେ ସେଲ୍ଫି ଭିଡିଓ ଉଠାଉଛନ୍ତି l ତେବେ ଏହି ଭିଡିଓ ଜୁନାଗଡ଼-ଭୁବନେଶ୍ୱର ଟ୍ରେନର ବୋଲି ଜଣା ପଡିଛି l ଜୁନାଗଡ଼ରୁ ଲାଞ୍ଜିଗଡ଼ ମଧ୍ୟରେ ଥିବା ରେଳ ଲାଇନରେ ଚଳନ୍ତା ଟ୍ରେନ ତଳେ ରହି ସେଲଫି ଭିଡିଓ କରିଥିବା ଅନୁମାନ କରାଯାଉଛି l ବର୍ତମାନ ଏହି ଭାଇରାଲ ଭିଡ଼ିଓଟି ସାମନାକୁ ଆସିବା ପରେ ପିଲାଟି କଳାହାଣ୍ଡି ଜିଲ୍ଳାର କେଉଁଠାର ତାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି

Leave a Reply

Your email address will not be published. Required fields are marked *