ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ଆବାସ ଘର।

ଫୋକସ ପ୍ଲସ 16/12/2022(ଦଶମନ୍ତପୁର): ଗରିବକୁ ସରକାରୀ ଆବାସ ଘର ସାତ ସପନ ହୋଇଛି। ଯୋଗ୍ୟ ହିତାଧିକାରୀ ହୋଇ ଥିଲେ ମଧ୍ୟ ପ୍ରଶାସନ ଅଣ ଦେଖା କରି ଆସୁଛନ୍ତି । ହେଲେ ଧନୀ ଶ୍ରେଣୀର ଲୋକ ମାନଙ୍କୁ ଏହି ଯୋଜନାରେ ସାମିଲ କରି ଘର ଯୋଗାଇ ଦିଆଯାଇଛି। ଆମକୁ କାହିଁକି ଘର ମିଳୁନାହିଁ? ଏମିତି କହି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ କୁମ୍ଭାର ଲୁଲା ହରି ଜନ ସାହିର ମହୋନ ଚେଟୀଙ୍କ ପରିବାର। ମହୋନଙ୍କ ବୋହୂ ଜୟନ୍ତୀ ଚେଟୀ କହିଛନ୍ତି ଯେ ସେ ମାନେ ଅତି ଗରିବ ମୂଲ ଲାଗିଲେ ଚୂଲି ଜଳେ। ପୁଣି ଏହି ମେସିନ୍ ଦ୍ବାରା ପୁରୁଣା ଚିରା ଫଟା କପଡା ସିଲେଇ କରି ଯାହା ରୋଜଗାର ହୁଏ ସେଥିରୁ ପରିବାର ଚଳେ ବୋଲି କୁହାଯାଇଛି। ତେବେ ପାଖରେ ଆର୍ଥିକ ସମ୍ବଳ ନ ଥିବା ଯୋଗୁଁ ସେମାନେ ଭଲ ଘର ଖଣ୍ଡେ ନିର୍ମାଣ କରିପାରୁ ନାହାନ୍ତି। ଝାଟିମାଟି ଚାଳ ଛପର ପଲିଥିନ୍ ଟଙ୍ଗା ଘରେ ରହି ଆସୁଥିବା ପ୍ରକାଶ କରିଛନ୍ତି। ପ୍ରଶାସନ ଦୃଷ୍ଟି ଦେଇ ଏହି ପରିବାରଙ୍କୁ ଆବାସ ଘର ଖଣ୍ଡେ ଯୋଗାଇ ଦେଲେ ସେମାନେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି। ଅନ୍ୟ ପଟେ ପଞ୍ଚାୟତ ନିର୍ବାହୀ ଅଧିକାରୀ କେତନ ହାଲ୍ଲାବା କହିଛନ୍ତି ଯେ ଏହି ପରିବାର କୁ ଖୁବଶିଘ୍ର ଘର ଯୋଗାଇ ଦେବାକୁ ଚେଷ୍ଟା ଜାରି ରହିଛି।ତାଙ୍କ ଘର ପାଇଁ ସର୍ଭେ କରାଯାଉଛି ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ମିଳିବ ଏହି ପରିବାର କୁ ଆବାସ ଘର।

Leave a Reply

Your email address will not be published. Required fields are marked *