ଯୌତୁକ ନିଆଁ ରେ ଜଳିଗଲା ରଶ୍ମିତା

ଫୋକସ ପ୍ଲସ(ସିମୁଳିଆ)୦୮/୦୮/୨୦୨୨ : ପୁଣି ଯୌତୁକ ନିଆଁ ରେ ଜଳି ଯାଇଛି ଏକ ନିରୀହ ଝିଅ ରଶ୍ମିତା ର ଜୀବନ।ସାରା ଜୀବନ ଜୀବନ କୁ ଖୁସି ରେ ବିତାଇ ବ ବୋଲି ଯାହା କୁ ଭଲ ପାଇ ହାତ ଧରି ଘରୁ ଚାଲିଯାଇଥିଲେ ଆଜି ସେଇ ଜୀବନ ସାଥି ସ୍ୱାମୀ ରଶ୍ମିତା ଙ୍କୁ ଦେଇଛି ମୃତ୍ୟୁ ର ଉପହାର।ହଁ ଆଜ୍ଞା ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ହାଟମଇତାପୁର ଗ୍ରାମ ର ରଶ୍ମିତା ଙ୍କ କଥା ଦିନେ ରଶ୍ମିତା ପରିବାର ଲୋକେ ରଶ୍ମିତା ର ବିବାହ କରିବେ ବୋଲି ସ୍ଥିର କଟିଥିଲେ ହେଲେ ବିବାହ ର ପୂର୍ବ ଦିନ ରାତିରେ ପାଖ ଗ୍ରାମ ତେଲିଆ ସାହିର ରଶ୍ମିତା ଙ୍କ ଅନ୍ୟତ୍ର ପେମିକ ହରିହର ତାଙ୍କୁ ଘରୁ ନେଇ ପଳାଇଯାଇ ପ୍ରେମ ବିବାହ କରିଥିଲେ।କିଛି ମାସ ସ୍ୱାମୀ ସ୍ତ୍ରୀ ଖୁବ ଖୁସି ରେ ରହିଲେ ହେଲେ ।ଯୌତୁକ ର ରାକ୍ଷସ ସ୍ୱାମୀ ଙ୍କ ର ମୁଣ୍ଡ ରେ ପଶିଗଲା ଯୌତୁକ ପାଇଁ ସ୍ୱାମୀ ବହୁତ ଥର ରଶ୍ମିତା ଙ୍କୁ ନିର୍ଯାତନା ଦେବା ସହିତ ମାଡ଼ ମାରନ୍ତି।ବହୁଥର ମଧ୍ୟ ରଶ୍ମିତା ଙ୍କ ବାପଘର ଲୋକ ଯାଇ ବୁଝାସୁଝା କରି ଆସନ୍ତି ।ହେଲେ ଏ ଥର ସବୁଦିନ ପାଇଁ ଯୌତୁକ ନିଆଁ ରେ ଜଳିଗଲା ରଶ୍ମିତା ଙ୍କ ଜୀବନ।ସ୍ୱାମୀ ଶାଶୁ ରଶ୍ମିତା ଙ୍କୁ ମାଡ଼ ମାରି ତା ମୁହଁରେ ବିଷ ଢାଳି ଦେଇଥିବା ରଶ୍ମିତା ର ପରିବାର ଲୋକ ଅଭିଯୋଗ କରିଛନ୍ତି।ଏ ବାବଦରେ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ରଶ୍ମିତା ତାଙ୍କର ଏକ 4 ବର୍ଷ ର ଝିଅ କୁ ଏକା କରି ଛାଡି ସବୁ ଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି।ଏବେ ରଶ୍ମିତା ଙ୍କ ସ୍ୱାମୀ ଫେରାଲ ଥିବା ଜଣା ପଡ଼ିଛି।ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ

ସିମୁଳିଆ ରୁ ସୁଶାନ୍ତ ନାୟକ।ସିମୁଳିଆ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *