ଯୌତୁକ ପାଇଁ ଲିଭିଲା ଜୀବନ ଦୀପ

ଫୋକସ ପ୍ଲସ (ଗାଙ୍ଗପୁର)୧୫/୦୭/୨୦୨୨:ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ । ଗଞ୍ଜାମ ଗାଙ୍ଗପୁର ଥାନା ସାଦରା ରୋଡ଼ ରେ । ପୁଲିସ ଥାନା ଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଘଟିଛି ଏଭଳି ଘଟଣା । ଝିଅ ଘର ପରିବାର ତଥା ଇଂଧନପୁର ଗ୍ରାମର ଲୋକମାନେ ଘଟଣା ଶୁଣି ଶାଶୂଘର ସମ୍ମୁଖରେ ପଂହଁଚିଥିଲେ ହେଲେ ଶାଶୂଘର ଲୋକ ଝିଅର ପରିବାର ଲୋକଙ୍କୁ ଘରକୁ ଛାଡିନଥିଲେ । ପରେ ପରିବାର ଲୋକ ତଥା ଗ୍ରାମବାସୀ ଥାନା ସମ୍ମୁଖରେ ପଂହଁଚି ଏତଲା ଦେଇଥିଲେ । ମାଜିଷ୍ଟ୍ରେଟ ଉପସ୍ଥିତରେ ଘର କବାଟ ଖୋଲି ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖି ଓଲ୍ହାଇ ଥିଲେ ହେଲେ ଏହାକୁ ଦେଖି ଏହା ଆତ୍ମହତ୍ୟା ନୁଁହ ସୁ ପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାଇ ଇଂଧନପୁର ଗ୍ରାମର ସନ୍ତୋଷ କୁମାର ବିଷୋୟୀ ତାଙ୍କ ଝିଅ ଝୁମୁରି ବିଷୋୟୀ ଙ୍କୁ ୨୦୧୯ ମସିହାରେ ଗାଙ୍ଗପୁର ନିବାସୀ ଅଭିମନ୍ୟୁ ମାଲିକ ଙ୍କ ପୁତ୍ର ରାଜେନ୍ଦ୍ର ମାଲିକ (ସିଲୁ )ଙ୍କୁ ବିବାହ ଦେଇଥିଲେ । ବିବାହ ସମୟରେ ଚୁକ୍ତି ହିସାବରେ ୪ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ଝିଅ ଘର ଲୋକେ ୨ଲକ୍ଷ ଟଙ୍କା ଦେଇଥିଲେ ବାବଦରେ ବଳକା ୨ଲକ୍ଷ ଟଙ୍କା ଦାବି କରି ଗତକିଛି ବର୍ଷ ହେଲା ଶଶୁର ଘର ଲୋକ ଝୁମୁରି କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ଏମିତିକି ଶଶୁର ବାପା ଭାଇ ଘରକୁ ଆସିବାକୁ ବାରଣ କରିଦେଇଥିଲେ ପରିବାର ଲୋକ ଘରକୁ ଆସିଲେ ସେମାନଙ୍କୁ ଅପମାନିତ କରି ଘର ସମ୍ମୁଖରୁ ପୁଅର ମଉସା ଶଶୁର , ମାଉସୀ ଶାଶୁ ଆଦି ଫେରାଇ ଦେବା ଝିଅକୁ ହଜାଇ ଦେବୁ କହୁଥିଲେ । ୧୩ ତାରିଖ ରାତିରେ ଝିଅ ଆତ୍ମହତ୍ୟା କରିଥିବା ୧୪ ତାରିଖ ଦିନ ଜଣାଇବା ପରେ ଝିଅର ପରିବାର ଲୋକ ପଂହଁଚି ହତ୍ୟା ସନ୍ଦେହ କରି ଥାନାରେ ଏତଲା ଦେଇଛନ୍ତି । ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ଘଟଣାସ୍ଥଳରେ ପହଞ୍ଚି ସାଇନ୍ଟଫିକ ଟିମ ସହାୟତାରେ ତଦନ୍ତ କରିବା ସହିତ ।ଅଭିଯୁକ୍ତ ପୁଅ କୁ ଗିରଫ କରି ପଚରାଉଚରା କରିବା ପାଇଁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି |

 

ଭଞ୍ଜନଗର ରୁ ଆଶିଷ କୁମାର ଗୌଡ଼ ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *